କବି ଫନୀ ମହାନ୍ତି ପାଇବେ ‘ଗାଁ ମଜଲିସ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର : ଚଳିତ ୨୦୨୩ ବର୍ଷର ସମ୍ମାନଜନକ ‘ଗାଁ ମଜଲିସ ସାହିତ୍ୟ ସମ୍ମାନ’ରେ ସମ୍ମାନିତ ହେବେ କବି ଫନୀ ମହାନ୍ତି । ଏହାସହ ଗାଁ ମଜଲିସ ସାହିତ୍ୟ ସଂସଦ ପକ୍ଷରୁ ବିଭିନ୍ନ ବିଭାଗରେ ସମ୍ମାନିତ ହେବାକୁ ଥିବା ପ୍ରତିଭାମାନଙ୍କ ନାମ ଘୋଷଣା କରାଯାଇଛି ।

ସୂଚନା ଥାଉ ସମ୍ମାନିତ ହେବାକୁ ଥିବା ପ୍ରତିଭାମାନେ ହେଲେ : ଶଙ୍ଖବେଳା କବିତା ସମ୍ମାନ -କବି ସେନାପତି ପ୍ରଦ୍ୟୁମ୍ନ କେଶରୀ, ଶଙ୍ଖବେଳା ଗଳ୍ପ ସମ୍ମାନ -ଗାଳ୍ପିକା ଚିରଶ୍ରୀ ଇନ୍ଦ୍ରସିଂ, ଗାଁ ମଜଲିସ ସାହିତ୍ୟ ସଂଗଠନ ସମ୍ମାନ -ସାହିତ୍ୟ ପତ୍ରିକା ପଲକର ସମ୍ପାଦକ ଶଶିକାନ୍ତ ଦାସ, ମନମୋହନ ମହାପାତ୍ର ସ୍ମୃତି ନାଟ୍ୟ ସମ୍ମାନ- ଚଳଚ୍ଚିତ୍ର ଚିତ୍ରନାଟ୍ୟ ଓ ସଂଳାପ ଲେଖକ ଡ. ରଜନୀ ରଞ୍ଜନ, କନକଲତା ଦାସ ସ୍ମୃତି ଆଦର୍ଶ ମହିଳା ସମ୍ମାନ-ଯୁଗଶ୍ରୀ ଯୁଗ ନାରୀ ପତ୍ରିକାର ସମ୍ପାଦିକା ମମତା ମହାପାତ୍ର, ଯୁବ ଲେଖକ ସମ୍ମାନ-ଗାଳ୍ପିକ କ୍ଷୀରୋଦ ବିଶ୍ଵାଳ, ଜୟକୃଷ୍ଣ ବିଶ୍ଵାଳ ସ୍ମୃତି ସାହିତ୍ୟ ସମ୍ମାନ -କବୟତ୍ରୀ ସନ୍ତୋଷିନୀ ଗିରି, ସ୍ଵର୍ଣ୍ଣଲତା – ବିଶ୍ଵନାଥ ମହାନ୍ତି ସ୍ମୃତି ଲେଖିକା ସମ୍ମାନ -କବୟତ୍ରୀ ଲିପିରେଖା ଶତପଥୀ, କବି ପ୍ରଦ୍ୟୁମ୍ନ ମହନୀ ସ୍ମୃତି ଗୀତି ମଞ୍ଜୁଳ ସମ୍ମାନ -କବୟତ୍ରୀ ଅଞ୍ଜଳି କୁମାରୀ କର, ଭୁବନାନନ୍ଦ ଦଳାଇ ସ୍ମୃତି ଶିକ୍ଷା ଓ ସାହିତ୍ୟ ସମ୍ମାନ -ଡ. ସୁରେନ୍ଦ୍ର ପ୍ରସାଦ ମହାନ୍ତି, ଗଣେଶ ପ୍ରସାଦ ମହାପାତ୍ର ସ୍ମୃତି ସାହିତ୍ୟ ସମ୍ମାନ -କବି ଇଂ ସରୋଜ ମହାପାତ୍ର, ଚିନ୍ତାମଣି ମଲ୍ଲିକ ସ୍ମୃତି ଶିକ୍ଷକଶ୍ରୀ ସମ୍ମାନ -ପଦ୍ମଲୋଚନ ଦାଶ, ମଦନ ମୋହନ ଦଳେଇ ସ୍ମୃତି ସମ୍ମାନ -ଶରତ ଚନ୍ଦ୍ର ମହାପାତ୍ର, ଭାଗବତ -କମଳାକାନ୍ତ ଓଝା ସ୍ମୃତି ନୃତ୍ୟ ସଙ୍ଗୀତ-ସମ୍ମାନ-ସାହାନାଇ ବାଦକ ମୁରଲୀଧର ନାୟକ, କୋକିଳ -ଶୁକମଣି -ସୁମିତ୍ରା ସ୍ମୃତି ଆଦର୍ଶ ଜନନୀ ସମ୍ମାନ -ମଲ୍ଲିକା ପ୍ରଧାନ, ଲୋପାମୁଦ୍ରା ସ୍ମୃତିଧୀ ଗୌରବ ସମ୍ମାନ -ପ୍ରବୋଧ କୁମାର ମଲ୍ଲିକ ସାହିତ୍ୟ ସେବାଶ୍ରୀ ସମ୍ମାନ -ହେମନ୍ତ କୁମାର ପ୍ରଧାନ । ଆସନ୍ତା ଡିସେମ୍ବର ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଗାଁ ମଜଲିସ ସାହିତ୍ୟ ସଂସଦର ୪୩ ତମ ବାର୍ଷିକ ଉତ୍ସବରେ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ । ଆଜି ଏହି ଉପଲକ୍ଷେ ଅନୁଷ୍ଠିତ ଚୟନ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସମ୍ପର୍କରେ ସମ୍ପାଦକ ଦେବେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

Related Posts

Leave a Reply

Your email address will not be published. Required fields are marked *