ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ଵର: ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି । ବୁଧବାର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କବିତା ରଚନା ସହ ସମାଲୋଚନା, ଅନୁବାଦ କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଶ୍ରୀ ପଟ୍ଟନାୟକ ଜଣେ ଜଣାଶୁଣା ସାମ୍ବାଦିକ ମଧ୍ୟ ।
ତାଙ୍କ ଦେହାନ୍ତରେ ସାହିତ୍ୟିକ ମହଲରେ ଶୋକ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି ।

ତାଙ୍କ ରଚିତ କବିତାଗୁଡ଼ିକ ହେଲା, ପିଙ୍କି କଥା (୧୯୭୬), ଏକା ଏକା ସନ୍ୟାସୀ (୧୯୮୧), ଅଥୟ ସୂର୍ଯ୍ୟ (୧୯୯୦), ଆୟୁଷ୍ମାନ ସମୟ (୧୯୯୫), ସବୁଅନ୍ଧାର ଆଜି ରାତିରେ (୧୯୯୬), ଜୀବନ ଜଙ୍ଘା (୨୦୦୪), ଅରଣ୍ୟରେ ଯେତେ ଦିନ (୨୦୦୭), ନଷ୍ଟ ହୋଇଯିବାର ମୋହ, ସବୁଦିନର କବିତା ।

ଅନୁଦିତ ପୁସ୍ତକଗୁଡ଼ିକ- ନିରବତାର ସ୍ଵର(ଗ୍ରୀକ୍ କବିତାଗୁଡ଼ିକର ଓଡ଼ିଆ ଅନୁବାଦ) (୧୯୭୮), Solder in Exile(ରମାକାନ୍ତ ରଥଙ୍କ କିଛି କବିତାର ଇଂରାଜୀ ଅନୁବାଦ) (୧୯୮୯), Hawk and Other Stories (ହୃଷୀକେଶ ପଣ୍ଡାଙ୍କ ଗପର ଇଂରାଜୀ ଅନୁବାଦ ଓ ସମ୍ପାଦନା) (୧୯୯୦), Selected Oriya Poems (କବି ସୀତାକାନ୍ତ ମହାପାତ୍ର ଓ ଅନ୍ୟମାନଙ୍କ ସହ ଓଡ଼ିଆ କବିତାର ଇଂରାଜୀ ଅନୁବାଦ), ସୂର୍ଯ୍ୟତୃଷ୍ଣା (କବି ସୀତାକାନ୍ତ ମହାପାତ୍ରଙ୍କ ସମ୍ପାଦନାରେ ଅନ୍ୟମାନଙ୍କ ସହ ମେସିଡୋନିଆ କବିତାର ଓଡ଼ିଆ ଅନୁବାଦ) ଇତ୍ୟାଦି ।

Related Posts

Leave a Reply

Your email address will not be published. Required fields are marked *