ରାଜ କିଶୋର

ଆକାଶ ତଳେ ପୃଥିବୀ
ପୃଥିବୀ ଉପରେ ମୁଁ
ତୁମ ବିନା ଜୀବନ ଅଧୁରା ଅଧୁରା
ଯେମିତି ପବନ ବହେ ସୁ ସୁ ।।

ମାଟି ଆଉ ଆକାଶର ମିଳାମିଶା ହୋଇଛି ଯେଉଁଠି
ଭାବେ ତୁମେ ନାହଁ ସେଇଠି
ଭାବେ ମୁଁ ନାହିଁ ସେଇଠି
ନା ମୁଁ ଥାଏ ସେଇଠି,
କେବଳ ଭାବନାରେ ମଜିଥାଏ
ଥୁଣ୍ଟା ବରଗଛଟିଏ ପରି ।।

ତୁମେ ଯେବେ ଚାଲିଆସ ମୋର ସ୍ୱପ୍ନର ରାଜ୍ୟରେ
ଭାବେ ମୁଁ ରହିଛି ଅନ୍ୟ ଏକ ଦୁନିଆରେ
ଯେଉଁ ଦୁନିଆରେ ମାଟି ନାହିଁ, ପାଣି ନାହିଁ
ଗଛ ନାହିଁ, ପକ୍ଷୀ ନାହାନ୍ତି
କେବଳ ରହିଛେ ମୁଁ ଆଉ ତମେ ।।

କେବେ ସତ ହେବ ମୋର ସ୍ୱପ୍ନ
ଯେବେ ତୁମେ ଆସି ମୋ ହୃଦୟର କଢ଼କୁ
ଫୁଲରେ ପରିଣତ କରିବ
ଲାଗିବ ମୋତେ ପାଇଲି କି ନୂଆ ଜନମ
କେଉଁ ଏକ ପରି ଆସି ଧରା ଦେଲା କି ମୋ ହାତରେ
ମୁଁ ରହିଛି ସେହି ଭାବନା ରାଜ୍ୟରେ,
ଭାବନା ରାଜ୍ୟରେ, ଭାବନା ରାଜ୍ୟରେ ।।


ରାଜ କିଶୋର ବୃତ୍ତିରେ ସାମ୍ବାଦିକ । କବିତା, ଲଘୁ କଥା ରଚନାରେ ତାଙ୍କର ରୁଚି । ଏହାସହ ଅଭିନୟରେ ତାଙ୍କର ଦକ୍ଷତା ରହିଛି ।

Related Posts

Leave a Reply

Your email address will not be published. Required fields are marked *