କବିୟତ୍ରୀ ଗୀତାଞ୍ଜଳି ପୃଷ୍ଟିଙ୍କ ‘ଆ’ ପଢିବା ଗପ’ ପୁସ୍ତକ ଉନ୍ମାଚିତ

ଭୁବନେଶ୍ଵର : କବି ନନ୍ଦକିଶୋର ସାମଲ ସ୍ମୃତି ସଂସଦ, ବାଲିଚନ୍ଦ୍ରପୁର ପକ୍ଷରୁ ଗତ ସେପ୍ଟେମ୍ବର ୯ ତାରିଖ ସୋମବାର ଦିନ କଟକର ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ କବି ନନ୍ଦକିଶୋର ସାମଲଙ୍କ ୨୧ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ କବିୟତ୍ରୀ ଗୀତାଞ୍ଜଳି ପୃଷ୍ଟିଙ୍କ ‘ଆ’ ପଢିବା ଗପ’ ପୁସ୍ତକ ଉନ୍ମଚନ ହୋଇଯାଇଛି । ସେ ଜଣେ ମିଷ୍ଟଭାଷୀ, ମେଳାପୀ, ସୁନାମଧନ୍ୟ କବି ଭାବେ ବେଶ ପରିଚିତ । ଅଧୁନା ସେ ସଫିପୁର ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ।

ସଂଗଠନର ସଭାପତି ଅଧ୍ୟାପକ ଗଣେଶ୍ଵର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଉତ୍ସବଟି ପାଳିତ ହୋଇଯାଇଛି । ଏହି ଅବସରରେ ଉପଶାସନ ସଚିବ ସନ୍ୟାସୀ ବେହେରା, ଉପସଭାପତି ଶ୍ରୀଯୁକ୍ତ ଶଶିକାନ୍ତ ମହାନ୍ତି, ସମ୍ପାଦକ କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି ଇତ୍ୟାଦି ଉପସ୍ଥିତ ଥିଲେ । ସଂଯୋଜନା କରିଥିଲେ କବି ରାଜୀବ କୁମାର ଷଡ଼ଙ୍ଗୀ ଓ କବି ଗୀତାଞ୍ଜଳି ପୃଷ୍ଟି । ଏହି କାର୍ଯ୍ୟକ୍ରମରେ ଅନେକ ସୁନାମଧନ୍ୟ କବି ମଧ୍ୟ ଯୋଗଦାନ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *