‘ମୋ ଆଶା’ ଦୀପାବଳି ବିଶେଷାଙ୍କ ଉନ୍ମୋଚିତ

ଭୁବନେଶ୍ୱର : ଲିଟିଲ ଷ୍ଟାର ଗ୍ରୁପ ପକ୍ଷରୁ ନିୟମିତ ପ୍ରକାଶ ପାଉଥିବା ଶିଶୁ କିଶୋର ପତ୍ରିକା “ମୋ ଆଶା” ଦୀପାବଳି ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ଉପ ନିର୍ଦ୍ଦେଶକ ସୂଚିସ୍ମିତା ମନ୍ତ୍ରୀ, ରାଜ୍ୟ ଅଭିଲେଖାଗାର ଅଧୀକ୍ଷକ ସେକ ସୁଲେମାନ ଅଲ୍ଲି, ଶିଶୁ ସାହିତ୍ୟିକ ଶରତ କୁମାର ନାୟକ, ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ, ସଂସ୍କୃତି ବିଭାଗର ଅନ୍ୟତମ ଅଧିକାରୀ ତ୍ରିଲୋଚନ ବରାଳ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ମତ ପ୍ରକାଶ କରି କହିଥିଲେ ଯେ ସମ୍ପାଦକ ସୁମନ୍ତ ମହାରଣା ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଷ୍ଠାପର ଭାବରେ ଦୀର୍ଘ ୨୦ ବର୍ଷ ଧରି ନିଜସ୍ଵ ଉଦ୍ୟମରେ ପ୍ରକାଶ କରି ଆସୁଥିବାରୁ ତାଙ୍କ କାର୍ଯ୍ୟ ଧାରା ଅତ୍ୟନ୍ତ ପ୍ରଶଂସନୀୟ ।

Related Posts

Leave a Reply

Your email address will not be published. Required fields are marked *