ଲଲାଟେନ୍ଦୁ କବି

ଚଳିବ ଜଳଧି ଜଳେ ଅଥଳ ଅତଳ ?
ତୋଳିବ ବିପୁଳ ରତ୍ନ ଦୁର୍ମୂଲ୍ୟ ଉପଳ ? ୧॥

ଗୋଟିଗୋଟି ମଣିମୁକ୍ତା ଆଣିବ ଗୋଟାଇ,
ସାଗର କି କହୁଅଛି କେବେ ନାହିଁ ନାହିଁ ? ୨॥

ଏକା ତୁମେ ଯିବ ଅବା ଯିବ ମୋ ସାଥୀରେ ?
ଦିବସରେ ଯିବ ଅବା ଚଳିବ ରାତିରେ ? ୩॥

ଯେବେ ଯେଉଁଭାବେ ଆସ ସାଗର ଗରଭେ
ସର୍ବ ଦିଗ ଏକାକାର ଦେଖିବ ସରବେ । ୪॥

ବେଳଥାଉଁ ଆସ ଭାଇ ପାରାବାର ତୀର,
ପଶି ନପାରିବ ହେଲେ ସାଗର ଅଧୀର । ୫॥

ଯାଇ ନପାରିବ ଦେହୁ ଖସି ଗଲେ ବଳ,
ବିଳମ୍ବରୁ ମିଳିଥାଏ ଶୋଚନା କେବଳ । ୬॥

ସାହିତ୍ୟର ଜଳଧରେ ରୁଚିର ଶବଦ,
ନୁହଁ କି ସେ କୋଟିନିଧି, ଜାତିର ସମ୍ପଦ ? ୭॥

ରାୟରଙ୍ଗପୁର, ମୟୂରଭଞ୍ଜ, ମୋ : ୭୯୭୮୬୮୦୭୧୨

ଲେଖକ ପରିଚୟ

ପ୍ରାୟ ୩୮ ବର୍ଷ ପରେ ୨୦୧୪ରୁ ପୁଣିଥରେ ଆରମ୍ଭ କଲି ଲେଖାଲେଖି ଯଦିଓ ଛାତ୍ର ଜୀବନରେ ଅଳ୍ପ କିଛି କବିତା ଓ ଗପ ଲେଖିଥିଲି । ମୁଁ ସବୁବେଳେ ଓଡ଼ିଆ ଭାଷା ଓ ବ୍ୟାକରଣ ଉପରେ ଗୁରୁତ୍ଵ ଦିଏ । ସବୁବେଳେ ଛନ୍ଦ କବିତା ଲେଖିବାକୁ ଭଲପାଏ । ସାଧାରଣତଃ ସୋସିଆଲ ମିଡ଼ିଆ ଫେସବୁକକୁ ମୁଁ ମୋ ସାହିତ୍ୟ ସାଧନାର ମାଧ୍ୟମ କରେ ।

Related Posts

Leave a Reply

Your email address will not be published. Required fields are marked *