କୋଣାର୍କ ଓଡ଼ିଶା ପରିବାର ପକ୍ଷରୁ ମୌସୁମୀ ସାହିତ୍ୟ ଆସର

ଭୁବନେଶ୍ୱର : କୋଣାର୍କ ଓଡ଼ିଶା ପରିବାର ପକ୍ଷରୁ ୟୁଥ୍ ହଷ୍ଟେଲ ସଭାଗୃହ ପୁରୀଠାରେ ୨୩ ଜୁଲାଇ ରବିବାର ଦିନ ମୌସୁମୀ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । କବି କପିଳେଶ୍ଵର ଖମାରୀ ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲାବେଳେ ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଜୟଶଙ୍କର ଜୋଶୀ କାର୍ଯ୍ୟକ୍ରମଟିର ଉଦ୍ଘାଟନ କରିଥିଲେ । କବି ଯାମିନୀକାନ୍ତ ଦାସ, ରାଜକିଶୋର ଦାଶ, ରମେଶ ଚନ୍ଦ୍ର ଖାଡ଼େଙ୍ଗା, ସରୋଜ କୁମାର ହାତୀ, ସାହିତ୍ୟିକ ସତ୍ୟନାରାୟଣ ମିଶ୍ର, ଲକ୍ଷ୍ମୀ ନାରାୟଣ ମହାନ୍ତି ଓ ବଦ୍ରି ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ ।

ଅନୁଷ୍ଠାନର ସମ୍ପାଦକ ବିଚିତ୍ର ମହାପାତ୍ର କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବାବେଳେ କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ ଅନୀମା ପଟ୍ଟନାୟକ ଓ ମୌସୁମୀ ଦାସ ମିଳିତ ଭାବେ କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ । କବି ଶର୍ବାଣୀ ଦାସ, ଶିବାନନ୍ଦ ବାରିକ ଓ ସଞ୍ଜୟ ଜୟସିଂହଙ୍କ ମିଳିତ ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଯାଇଥିଲା । କବି ପବିତ୍ରମୋହନ ଦାଶ, ଶ୍ୟାମ ପ୍ରକାଶ ସେନାପତି, ସୁଚିତ୍ରା ରଥ, ଆଲୋକ ପ୍ରଧାନ, ଚନ୍ଦ୍ରଶେଖର ମହାପାତ୍ର, ପ୍ରସନ୍ନ କୁମାର ସ୍ଵାଇଁ, ପ୍ରେମଚାନ୍ଦ ମହାନ୍ତି, ତୋଫାନ ଜେନା ପ୍ରମୁଖ କବିତା ପାଠ କରିଥିଲେ । ସଂଗଠକ ରାମକୃଷ୍ଣ ମହାନ୍ତି ପରିଶେଷରେ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମର ସମାପନ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *