ନଳୀନି କାନ୍ତ ଦାଶ

ମୁଁ ଥିଲି, ତମେ ଥିଲ
ସମୟ ଥିଲା,
ସାଥେ ଥିଲା ସେହି ସଞ୍ଜ ।

ମୁଁ ଅଛି, ସମୟ ଅଛି
ସାଥେ ଅଛି ସେହି ସଞ୍ଜ
ହେଲେ
ଆଜି ତମେ ନାହଁ ।

ରାତି ଥିଲା, ଜହ୍ନ ଥିଲା
ତାରା ବି ଥିଲେ
ଥିଲା ତୁମ ହାତ ମୋ ହାତେ ।

ରାତି ଅଛି, ଜହ୍ନ ଅଛି
ତାରା ବି ଅଛି
ହେଲେ
ତୁମ ହାତ ନାହିଁ ମୋ ହାତେ ।

ଜୀବନ ଥିଲା, ଖୁସି ଥିଲା
ଥିଲା ତୁମ ପ୍ରେମ ବିଶ୍ଵାସ
ମୋ ସାଥେ ।

ହେଲେ ଆଜି
ଜୀବନ ତ ଅଛି, ନା’ ଅଛି ଖୁସି,
ନା’ ଅଛି ପ୍ରେମ ବିଶ୍ଵାସ
ଆଉ ମୋ ସାଥେ ।

କେସିଙ୍ଗା, କଳାହାଣ୍ଡି, ଦୂରଭାଷ- ୯୯୩୭୦୬୭୧୯୯, ଇ-ମେଲ :- writernkd@gmail.com

ଲେଖକ ପରିଚୟ

ଶିକ୍ଷାଗତ ଯୋଗ୍ୟତା- ଏମ୍ . ଏ(ଇଂରାଜୀ ଓ ସମାଜଶାସ୍ତ୍ର) ଏଲ.ଏଲ. ବି. । କଲେଜ ପଢିବା ସମୟରୁ ହିଁ ଗଳ୍ପ, କବିତା ଲେଖିବାକୁ ଭଲପାଆନ୍ତି । ଏତଦ୍ ବ୍ୟତିତ ଅଭିନୟରେ ରୁଚି ରହିଛି । ୟୁଟ୍ୟୁବରେ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ କରନ୍ତି ।

Related Posts

Leave a Reply

Your email address will not be published. Required fields are marked *