ଚାରୁ ଚନ୍ଦନ ଦାଶ

ଯିଏ ମୋତେ ଜିଇଁବା ଶିଖାଇଛି
ଯାହାର ଅଜାଣତରେ ମୁଁ ଗୁଡ଼ାଏ କବିତା ବି ଲେଖିଛି
ତାକୁ ନେଇ, ତା’ ସହ ବିତାଇଥିବା ଅନେକ ମୁହୂର୍ତ୍ତ,
ଏପରିକି ତା’ର ଏକାନ୍ତ ସମୟକୁ ନେଇ।
କିନ୍ତୁ, ସେ କିଛି ବୁଝିପାରେନା !
ଥରେ ସେ ପଚାରିଥିଲା,
ଆକାଶରେ ତାରାମାନେ କ’ଣ ସତରେ ଆମ ସମ୍ପର୍କୀୟ !
ହଁ ହୋଇଥିବ, ଜହ୍ନ ଯେମିତି ଜଗତର ମାମୁ !
ବିନା ଚିଠି ଦିଆନିଆ ଓ ବିନା ଦେଖାଚାହାଁରେ
ଯେମିତି କଇଁ ସାଙ୍ଗେ ତା’ର ଲୁଚାଛପା ପ୍ରେମ !
ପୁଣି କେବେ କେବେ କୁହୁଡ଼ି ଭଳି ପାଣିଚିଆ ସମ୍ପର୍କ
ଖରା ଆସୁଆସୁ ମିଳାଇଯାଏ…।
ସେ କିଛି ବୁଝିଲାନି, ଖାଲି ମୁଣ୍ଡ ଟୁଙ୍ଗାରିଲା,
ଟିକେ ତୁନି ହୋଇ ପୁଣି ପଚାରିଲା,
ପ୍ରେମର ପରିଭାଷା କ’ଣ ?
ମୁଁ କହିଲି,
ଚୁମା ଖାଇଲା ବେଳେ ଯେମିତି
ତୁମେ ଆଖି ବୁଜିଦିଅ !
ମୁକୁଳା କେଶକୁ ସଜାଡ଼ିଲା ବେଳେ
ତମ ଅଜାଣତରେ ଯେବେ ମୁଁ
ତମର ଫଟୋ ଉଠାଇଦିଏ
ଯେବେ ତମେ ବାଥ୍‌ରୁମରୁ
ଗାଧୋଇ ଫେରୁଥିବାବେଳେ
ଆଇନାରେ ତମ ହାଲ୍‌କା ଯୌବନକୁ
ମୋ ମନର ଲେନ୍ସରେ କଏଦ୍ କରେ,
ପୁଣି ତମ ଅଗୋଚରେ ତମାମ ରାତିକୁ ନେଇ;
ତମ ବିଷୟରେ ମୁଁ କବିତା ଲେଖେ।
ପୁଣି ଯେବେ ମୋତେ ନ ପାଇବାର
ଏକ ଅଜଣା ଭୟ ତମକୁ ଘାରେ,
ଆଉ ସେତେବେଳେ ଲୁହ ପୋଛି ପୋଛି
ହଠାତ୍ ମୋ ବାହୁ ବନ୍ଧନକୁ ଫେରିଆସ,
ତତ୍‌ଲା ନିଃଶ୍ବାସରେ ମୋ ଛାତିକୁ ଉଷୁମ କରିଦିଅ…।
ପୁଣି କେବେକେବେ ମୋତେ ଚିଡ଼ାଇବାକୁ ଯାଇ
ଅନେକ ପ୍ରୟାସ କର, ଏପରିକି ପ୍ରବଳ ଭିଡ଼ରେ….

ଚାରୁ ଚନ୍ଦନ ଜଣେ ଯୁବ ସାମ୍ବାଦିକ । ସାହିତ୍ୟରେ ରୁଚି ରଖନ୍ତି । କବିତା, ଉପନ୍ୟାସ ରଚନା କରୁଛନ୍ତି । ବିଶେଷ ଭାବେ ଇଣ୍ଟରନେଟ୍ ମାଧ୍ୟମରେ ବେଶି ଲେଖାଲେଖି କରି ପାଠକୀୟ ଆଦୃତି ପାଇପାରିଛନ୍ତି ।

Related Posts

Leave a Reply

Your email address will not be published. Required fields are marked *