ମନୋଜ ମେହେରଙ୍କୁ ଗଙ୍ଗାଧର ମେହେର ଶ୍ରାଦ୍ଧ ଶତବାର୍ଷିକୀ ସମ୍ମାନ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଛକସ୍ଥିତ ସାରସ୍ଵତ ପୀଠ ସାରଳା ଭବନଠାରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ସମାରୋହ ପାଳିତ ହୋଇଯାଇଛି । ହାଇକୋର୍ଟର ବିଚାରପତି ଜଷ୍ଟିସ ଡ. ସଂଜୀବ କୁମାର ପାଣିଗ୍ରାହୀ ସମାରୋହକୁ ଉଦ୍ଘାଟନ କରିଥିଲ । ସଂସଦର ପ୍ରତିଷ୍ଠାତା ଇ ସଭାପତି ଡ. ପ୍ରଭାକର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ବରିଷ୍ଠ ସାମ୍ବାଦିକ ବମାପଦ ତ୍ରିପାଠୀ ସମ୍ମାନିତ ଅତିଥି, ବିଶିଷ୍ଟ ସାହିତ୍ୟିକ ପ୍ରଫେସର ସତ୍ୟନାରାୟଣ ପଣ୍ଡା ବିଶିଷ୍ଟ ଅତିଥି, ସାହିତ୍ୟିକ ଡା ନିମାଇଁ ଚରଣ ପରିଜା ବରେଣ୍ୟ ଅତିଥି, ସାହିତ୍ୟିକ ଡ. ଚିତ୍ତରଞ୍ଜନ ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ସଂସଦ ପକ୍ଷରୁ କବି ମନୋଜ ମେହେରଙ୍କୁ ମର୍ଯ୍ୟାଦାଜନକ ଗଙ୍ଗାଧର ମେହେର ଶ୍ରାଦ୍ଧ ଶତବାର୍ଷିକୀ ସମ୍ମାନ ପ୍ରଦାନ କରାଯାଇଥିଲା ।

ସୂଚନା ଥାଉ ଯେ ଏହି ପୁରସ୍କାର ସ୍ଵରୂପ କବି ମନୋଜଙ୍କୁ କୋଡ଼ିଏ ହଜାର ଟଙ୍କାର ଅର୍ଥରାଶି, ମାନପତ୍ର, ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଏତଦବ୍ୟତୀତ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା କବି ଡ. ସୁପ୍ରଭା ମିଶ୍ର, କଥାଶିଳ୍ପୀ ଜୟଲକ୍ଷ୍ମୀ ସେଠୀ ଓ କବୀ କାନ୍ତିବାଳା ନାୟକଙ୍କୁ ‘ଗଙ୍ଗାଧର ମେହେର ସାରସ୍ଵତ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଉଦ୍ଘାଟକ ଜଷ୍ଟିସ ପାଣିଗ୍ରାହୀ କହିଲେ ଯେ, ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ସୃଷ୍ଟି ସର୍ବକାଳୀନ । ଦେଶାତ୍ମବୋଧ ଓ ଜାତୀଯତା ଭାବ ତାଙ୍କ କାବ୍ୟ କବିତାରେ ପରିଦୃଷ୍ଟ ହୁଏ । ସେ ଥିଲେ ପ୍ରକୃତିର ସଫଳ ରୂପକାର । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ମେହେର ସାରଳା ସାହିତ୍ୟ ସଂସଦର ପୂଜ୍ୟପୂଜାର ଏହି ମହତି ପ୍ରୟାସର ଭୂୟସୀ ପ୍ରଶଂସା କରିଥିଲେ ।

ଏହାସହିତ ନାଟ୍ୟକାର ସଞ୍ଜିତ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ଡ. ବୈଜୟନ୍ତୀ ମିଶ୍ର ଓ ଅଧ୍ୟାପକ ଡ. କ୍ଷୀରୋଦ ସାହୁ, ବ୍ରଜ କିଶୋର ବେଉରା, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଇଂ ସୁଶାନ୍ତ ସେଠୀ, ବିଜୟ କୁମାର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଉତ୍ସବରେ ଡ. ମହେଶ୍ଵର ମହାନ୍ତି, ଡ. ହେମେନ୍ଦ୍ର ନାରାୟଣ ଦାସ, ପ୍ରଫେସର ଉମାଶଙ୍କର ମିଶ୍ର, ପ୍ରାଧ୍ୟାପକ ତରୁଣ କୁମାର ସାହୁ, ଶିଳ୍ପୀ ରବି ରଥ, କୈଳାସ ଚନ୍ଦ୍ର ଦଳେଇ, କବି ପ୍ରସନ୍ନ କୁମାର ଜେନା ପ୍ରମୁଖ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବି ଯୋଗ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *