‘ପୁନର୍ମୂଷିକୋ ଭବ ଓ ଅନ୍ୟାନ୍ୟ ନାଟକ’ ଉନ୍ମୋଚିତ

ଭୁବନେଶ୍ୱର : ନାଟ୍ୟକାର ସୁବାସ ମହାପାତ୍ରଙ୍କ ନାଟକ ସଂକଳନ ‘ପୁନର୍ମୂଷିକୋ ଭବ ଓ ଅନ୍ୟାନ୍ୟ ନାଟକ’ ବାଣପୁର ସ୍ଥିତ ମା’ ଭଗବତୀଙ୍କ ପୀଠରେ ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟିକୁ ମା’ ଭାବଗତୀଙ୍କୁ ସମର୍ପଣ ପରେ ଅଧ୍ୟାପକ ଚାନ୍ଦ କିଶୋର ତ୍ରିପାଠୀ ଉନ୍ମୋଚନ କରିଥିଲେ । ସଂକଳନରେ ତିନିଟି ଭିନ୍ନ ଭିନ୍ନ ସ୍ଵାଦର ନାଟକ ସ୍ଥାନିତ ହୋଇଛି । ନାଟକଗୁଡ଼ିକର ନାମ ରହିଛି ‘ପୁନର୍ମୂଷିକୋ ଭବ’, ‘ନିର୍ବାଣ ପଥିକ’ ଓ ‘ଏକ ଅବାସ୍ତବ କାହାଣୀ’ । ପଞ୍ଚତନ୍ତ୍ର, ବୌଦ୍ଧଯୁଗୀୟ ଉପକଥା ଓ ପୁରାଣ କଳ୍ପିତ କାହାଣୀକୁ ନେଇ ତିନିଟି ନାଟକ ରଚିତ ହୋଇଥିଲେ ମଧ୍ୟ ସେଥିରେ ଆଧୁନିକ ଜୀବନ ପାଇଁ ବାର୍ତ୍ତା ଦିଆଯାଇଛି ବୋଲି ଅତିଥି ମତ ପ୍ରକାଶ କରିଥିଲେ । ପୁସ୍ତକ ଉନ୍ମୋଚନ ଉତ୍ସବରେ ବରିଷ୍ଠ ଆଇନଜୀବି ଶ୍ୟାମସୁନ୍ଦର ମିଶ୍ର, ପ୍ରକାଶିକା ସୁମିତ୍ରା ମହାପାତ୍ର, ରଜତ କୁମାର ମହାପାତ୍ର ଓ ସୁନିଲ କୁମାର ମହାପାତ୍ର ଉପସ୍ଥିତ ଥିଲେ ।  

Related Posts

Leave a Reply

Your email address will not be published. Required fields are marked *