ଦେବବ୍ରତ ଦାସଙ୍କ ଗଳ୍ପ ସଂକଳନ ‘ଲାଞ୍ଜ’ ଉନ୍ମୋଚିତ

ଭୁବନେଶ୍ଵର : ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ୍‍’ ପ୍ରକାଶନ ପକ୍ଷରୁ ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପ୍ରାପ୍ତ କଥାକାର ଦେବବ୍ରତ ଦାସଙ୍କ ଗଳ୍ପ ସଂକଳନ ‘ଲାଞ୍ଜ’କୁ ନେଇ ଏକ ଚର୍ଚ୍ଚା ଆସର ସ୍ଥାନୀୟ ଏକ ଘରୋଇ ହୋଟେଲରେ ଆୟୋଜିତ ହୋଇଯାଇଛି । ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ରଙ୍କ ବଂଶୀ ବାଦନରୁ ଆରମ୍ଭ ହୋଇଥିବା ଏହି ସଂଗତରେ ଦେବବ୍ରତଙ୍କ ଗଳ୍ପର ବିଭିନ୍ନ ବିଭବକୁ ନେଇ ଅଜୟ ସ୍ୱାଇଁ, ସଦାନନ୍ଦ ତ୍ରିପାଠୀ, ଭୀମ ପୃଷ୍ଟି, ବିୟତ୍‍ପ୍ରଜ୍ଞା ତ୍ରିପାଠୀ, ଦେବପ୍ରସାଦ ଦାଶ, ଅମରେଶ ବିଶ୍ୱାଳ, ଶକ୍ତି ମହାନ୍ତି, ଶୁଭ୍ରାଂଶୁ ପଣ୍ଡା ଏବଂ ପ୍ରକାଶ ମହାପାତ୍ର ପ୍ରମୁଖ ଆଲୋଚନା କରିଥିଲେ ।

ଲେଖକ ତଥା ପ୍ରକାଶକ ସରୋଜ ବଳଙ୍କ ସଞ୍ଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବେଦପ୍ରକାଶ ନାୟକ କବିତା ପରିବେଷଣ କରିଥିଲେ । ତାଙ୍କ ସହ ଅର୍ପିତା ପତି, ସ୍ମୃତି ପ୍ରତୀକ ଓ ଶ୍ରୀ ବଳ କେତୋଟି ମନଛୁଆଁ ସଂଗୀତ ପରିବେଷଣ କରିଥିଲେ ଏବଂ ଅରୁଣ କୁମାର ଦାସ, ଅବିନାଶ ସାହୁ, ଆଶିଷ କୁମାର ମିଶ୍ର, ସତ୍ୟଜିତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସୂଚନା ଥାଉ ଯେ ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟ ମିଶ୍ର, ବିଜୟ ମଲ୍ଲ, ଅରବିନ୍ଦ ରାୟ, ରତ୍ନମାଳା ସ୍ୱାଇଁ, ଚିରଶ୍ରୀ ଇନ୍ଦ୍ରସିଂ, ମୌସୁମୀ ଦାସ, ଆଶିଷ ଗଡ଼ନାୟକ, ମୋହିତ ଚକ୍ରବର୍ତ୍ତୀ, ମନୁଆ ଦାସ, ଅମିୟ ରଞ୍ଜନ ମହାପାତ୍ର, ତପନ ମହାପାତ୍ର, ସ୍ୱାଗତିକା ସ୍ୱାଇଁ ପ୍ରମୁଖ ବହୁ ଲେଖକ ଯୋଗ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *