ଅବିନାଶ ସାହୁ

ପୁଣିଥରେ ମୋ ସାମ୍ନାରେ ତତେ
ଅଚାନକ ଛିଡ଼ାକଲା ଡିସେମ୍ବର

ତତେ ହଠାତ୍ ସାମ୍ନାରେ ପାଇ
ଖୁସିରେ ଫୁଲିଗଲା ଓଠ
ତରଟିଗଲା ଆଖି
ଛାତିର ଦୁକୁଦୁକି ବଢିଲା କି କମିଲା
ଜାଣିବା ପୂର୍ବରୁ
ମିଛ ହସଟେ ମୁହଁକୁ ଫୋପାଡ଼ି ଚାଲିଗଲୁ ।

ଡିସେମ୍ବର
ମତେ ଯେତେ ଭଲପାଏ
ସେତେ ଅଧିକ ଜଖମ ବି ଦିଏ
ସେ ଲୁଣ ପାଣି ନା ମଲମ
ଲୁଣ ପାଣି ହେଇ ଘା’ଟାକୁ ଇଂଖାରୀ ଦେଲା
ମଲମ ହେଇ ଲେସି ହେଇଗଲା ।

କାନକୁ ଶୁଭୁଥାଏ
ମୁଁ ଅଛି, କା’ନ୍ଦେନି ଅବି
ହଠାତ୍ ନିଦ ଭାଙ୍ଗିଲା
ଲୁହ ହେଇଯାଇଥାଏ ଲୁଣ
ଶୀତ ହେଇଯାଇଥାଏ ଝାଳ
ସାମ୍ନାରେ ଡିସେମ୍ବର
ହସି ହସି କହୁଛି – ଡୋଣ୍ଟ୍ କ୍ରାଏ ବେବି ।

ନିର୍ଦ୍ଦେଶକ, ଅବିକା, ଡ଼େରଙ୍ଗ, କଣିହାଁ, ଅନୁଗୁଳ – ୭୫୯୧୧୭

ଲେଖକ ପରିଚୟ

ଚିତ୍ରକର, ଫଟୋଗ୍ରାଫର, ଲେଖକ, ସମ୍ପାଦକ, ପ୍ରକାଶକ, ମଡେଲ, ଅଭିନେତା, ନିର୍ଦ୍ଦେଶକ, କୁକ୍, ଡିଜାଇନର୍, ଏଣ୍ଟରପ୍ରାଇନ୍, ପ୍ଲାନର୍ ଇତ୍ୟାଦି ଅନେକଗୁଡ଼ିଏ କାର୍ଯ୍ୟରେ ଲିପ୍ତ ରୁହେ ମୁଁ । ତେବେ ସବୁ ଭିତରେ ସୃଜନ ଆଚ୍ଛାଦିତ ହୋଇରୁହେ ମୌଳିକ ଭିତ୍ତିଭୂମି ହୋଇ ।

Related Posts

Leave a Reply

Your email address will not be published. Required fields are marked *