ଶିଶୁ-କିଶୋର ଉପନ୍ୟାସର ଲୋକାର୍ପଣ ସମାରୋହ

ଭୁବନେଶ୍ଵର : ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଧାମାଧବ ରଥଙ୍କ ରଚିତ ତିନିଗୋଟି ଶିଶୁ-କିଶୋର ଉପନ୍ୟାସ ‘ମୋ ପାପା’, ‘ରାଜାବାବୁଙ୍କ ଫାର୍ମ ହାଉସ୍’ ଏବଂ ‘ଗଛ କହୁଛି କଥା’ର ଶୁଭ ଲୋକାର୍ପଣ ଉତ୍ସବ ସ୍ଥାନୀୟ ଅନ୍ନପୂର୍ଣାଠାରେ ଅନୁଷ୍ଠିତ ହୋଇଯାଇଛି I ଉତ୍ସବରେ ‘ନବପଲ୍ଲବ’ର ସମ୍ପାଦକ ତଥା ବିଶିଷ୍ଟ ଶିଶୁ ସାହିତ୍ୟିକ ବଙ୍କିମ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁ ସାହିତ୍ୟ ରଚନା ବେଳେ କେଉଁ ବୟସର ପିଲାମାନଙ୍କ ପାଇଁ ଲେଖିବାକୁ ଯାଉଛନ୍ତି, ସେ ସମ୍ପର୍କରେ ପ୍ରଥମେ ଲେଖକମାନେ ଧ୍ୟାନ ଦେବା ଆବଶ୍ୟକ I ପୁରସ୍କାର ପାଇଁ ନୁହେଁ ପିଲାମାନଙ୍କ ମନୋରଂଜନ ତଥା ସାମଗ୍ରିକ ବିକାଶ ପାଇଁ ଲେଖକମାନେ ଶିଶୁସାହିତ୍ୟ ରଚନା କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ I

ଅନ୍ୟତମ ଅତିଥି ଭାବେ ଶିଶୁ ସାହିତ୍ୟିକ ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି, ନାଟ୍ୟକାର ଡକ୍ଟର ହେମନ୍ତ କୁମାର ଛୋଟରାୟ, ଶିଶୁ ସାହିତ୍ୟିକ ସତ୍ୟ ନାରାୟଣ ମିଶ୍ର ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ I ବିଶିଷ୍ଟ ଶିଶୁ ସାହିତ୍ୟକ ପ୍ରଭାତ ଚନ୍ଦ୍ର ରଥ, ଲକ୍ଷ୍ମୀକାନ୍ତ ଦଳେଇ ଓ ପ୍ରଶାନ୍ତ କୁମାର ମଙ୍ଗରାଜ ତିନୋଟି ପୁସ୍ତକର ସମୀକ୍ଷା କରିଥିଲେ I କବି ଦାମୋଦର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଲେଖକ ଶ୍ରୀ ରଥ ପୁସ୍ତକ ସମ୍ପର୍କରେ ମତ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ I ସଂସ୍କୃତି ଗବେଷକ ଶ୍ୟାମ ପ୍ରକାଶ ସେନାପତି ମଂଚ ସଞ୍ଚାଳନ କରିଥିଲେ ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାଳୀ ପ୍ରସାଦ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ I ପରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା I ତାରାନନ୍ଦିନୀ ରଥ ଓ ସୁଦୀପ୍ତା ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ I

ଉନ୍ମୋଚନ ପର୍ବ ଓ ସଭା ପରେପରେ କବିତା ପାଠ ଅନୁଷ୍ଠିତ ହୋଇଥିଲା । କବି ଡ. ସସ୍ମିତା ମିଶ୍ର, ପ୍ରବାସିନୀ ମିଶ୍ର, ତାରା ନନ୍ଦିନୀ ରଥ, ଦାମୋଦର ମହାନ୍ତି, ରାଧାମାଧବ ରଥ, ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ କବିତାପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀକାନ୍ତ ମହାନ୍ତି, ମଞ୍ଜୁଶ୍ରୀ ମିଶ୍ର, ବିଚିତ୍ରା ଦାଶ, ଶର୍ମିଷ୍ଠା ଜେନା, ପ୍ରବାସିନୀ ମିଶ୍ର, ପ୍ରମିଲ କୁମାର ନନ୍ଦ, ବିଜୟ ଲକ୍ଷ୍ମୀ ଦାଶ, ସତ୍ୟ ନାରାୟଣ ମିଶ୍ର, ବଙ୍କିମ ଚନ୍ଦ୍ର ନାୟକ, ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ସୁଜାତା ସିହ୍ନା, ମୀନତି ପଟ୍ଟନାୟକ, ସୁଦୀପ୍ତା ମିଶ୍ର, କ୍ରିଷ୍ଣା ମହାପାତ୍ର, ବିପିନ ବିହାରୀ ଦଳାଇ, ମୀନତି ମିଶ୍ର, ସୁବାସିନି ଶତପଥୀ, ଶ୍ୟାମ ପ୍ରକାଶ ସେନାପତି, ଦାମୋଦର ମହାନ୍ତି, ସସ୍ମିତା ମିଶ୍ର, ଦିବାକର ଦଳାଇ, ପ୍ରମୋଦ କୁମାର ମିଶ୍ର, ଶଶୀଭୂଷଣ ଶତପଥୀ, ଏନ୍ ବଳରାମ ରେଡି, ଏନ୍ କିରଣ କୁମାର ରେଡି, ବିଜୟ କୁମାର ମିଶ୍ର, ଏମ୍ ଏକାଦଶୀ ରେଡି, ରମେଶ ଚନ୍ଦ୍ର ସାହୁ, ଅଧିରଥୀ, ରବି ନାରାୟଣ ପ୍ରଧାନ, ଭାଗିରଥି ମହାନ୍ତି, ଲକ୍ଷ୍ମୀକାନ୍ତ ଦଳେଇ, ପ୍ରଶାନ୍ତ ମଙ୍ଗରାଜ, ପ୍ରଭାତ ଚନ୍ଦ୍ର ରଥ, କାଳି ପ୍ରସାଦ ପ୍ରୁଷ୍ଟି, ବିଜୟ କୁମାର ରଥ, ତାରା ନନ୍ଦିନୀ ରଥ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

Related Posts

Leave a Reply

Your email address will not be published. Required fields are marked *