ଭୁବନେଶ୍ଵର : ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ଅନ୍ତର୍ଗତ ବ୍ରାହ୍ମଣୀ ପବ୍ଲିକ ସ୍କୁଲ ଖଡ଼ଗପ୍ରସାଦ ଠାରେ ମାର୍ଚ୍ଚ ୨୩ ରବିବାର ଦିନ ପୂର୍ବାହ୍ନରେ ବ୍ରାହ୍ମଣୀ ସାହିତ୍ୟ ଓ ସଂସ୍କୃତି ମଞ୍ଚ, ମେରାମଣ୍ଡଳୀର ସଭାପତି ଶ୍ରୀଯୁକ୍ତ ମଦନ ମୋହନ ମିଶ୍ର ମହୋଦୟଙ୍କ ଅଧ୍ୟକ୍ଷତାରେ ‘ସାହିତ୍ୟ ଓ ସଂସ୍କୃତିର ମହାକୁମ୍ଭ ୨୦୨୫’ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ହୃଷୀକେଶ ତ୍ରିପାଠୀ ଓ ସମ୍ମାନୀତ ଅତିଥି ଭାବେ ବୈକୁଣ୍ଠ ବିହାରୀ ସ୍ୱାଇଁ ଯୋଗ ଦେଇଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ବାଗଦେବୀ ମାତା ସରସ୍ୱତୀଙ୍କ ନିକଟରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଵଳନ କରିବା ସହ ବନ୍ଦନା ଓ ଆବହନୀ ସଙ୍ଗୀତ ଗାନ କରି କାର୍ଯକ୍ରମକୁ ଆଗେଇ ନେଇଥିଲେ ଉକ୍ତ ସାରସ୍ଵତ କାର୍ଯ୍ୟକ୍ରମରେ ।
ଏହି ଅବସରରେ ସମ୍ପାଦକ ନାୟକ ଅକ୍ଷୟ ରାଜହସ୍ତୀ ଆନୁଷ୍ଠାନିକ ଭାବେ ସମ୍ପାଦକୀୟ ବିବରଣୀ ପାଠ କରି ମାତୃକଳ୍ପା ବ୍ରାହ୍ମଣୀ ନଦୀର ଇତିବୃତି ଓ ସାହିତ୍ୟ ସଂସ୍କୃତିର ଭିତ୍ତିଭୂମି ଉପରେ ସ୍ଵକୀୟ ଅଭିମତ ରଖିଥିଲେ । ବ୍ରାହ୍ମଣୀ ପବ୍ଲିକ ସ୍କୁଲର ଦୁଇ ବିଦ୍ୟାର୍ଥୀ ଅଦ୍ୟାଶକ୍ତି ଦାଶ ଓ ପ୍ରସନ୍ନଜିତ୍ ତ୍ରିପାଠୀଙ୍କ ଅପରୂପ ସଂଯୋଜନା ଓ ଆସରର ମାର୍ଗଦର୍ଶିକା ଗୀତା ପଟ୍ଟନାୟକଙ୍କ ସୁପରିଚାଳନା କ୍ରମେ ରାଜ୍ୟ ଓ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁରୁ ଯଥାକ୍ରମେ ଦୁର୍ଯୋଧନ ବେହେରା, ରତ୍ନପ୍ରଭା ସାହୁ, ଦୁଷ୍ମନ୍ତ କୁମାର ସାହୁ, ସବିତା ରାଣୀ ବେହେରା, ସନ୍ଦୀପ କୁମାର କର, ସ୍ନେହାଶିଷ ପଣ୍ଡା,ଅଜୟ କୁମାର ନାୟକ, ଲଗ୍ନ ଜିତ ତ୍ରିପାଠୀ, ରଚିତା ଋତୁପର୍ଣ୍ଣl ଜେନା, ବିପ୍ଳବୀନି ଜେନା, ସୌମ୍ୟା ସାହୁ ପ୍ରମୁଖ କବି କବୟତ୍ରୀମାନେ ସ୍ୱରଚିତ କବିତା ପାଠ କରି ଉତ୍ସବକୁ ମଧୁମୟ କରିଥଲେ l ଏଥିସହିତ ଶରଣ ଶ୍ରୀକ୍ଷେତ୍ରର ବରିଷ୍ଠକବି ବୈକୁଣ୍ଠ ବିହାରୀ ସ୍ୱାଇଁ ପାଠକୀୟ ଅଭିମତ ରଖିଥିବା ବେଳେ ପରିଶେଷରେ କବି ଅର୍ଜ୍ଜୁନ ଚରଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।