ନୀଳିମା ନିବେଦିତା

ଦରଜ ହିଁ ଦରଜା ହୁଏ
ଅନୁଭବର,
ବେଳା ଛୁଇଁ ଫେରୁଥିବା ଜୁଆର ହିଁ
ଶୋଷ ମେଣ୍ଟାଏ
ସାଗରର ।

ଫୁଲ ଫୁଟି ମଉଳିଯିବା ସଂସାରର ନିୟମ
ଆଶାରେ ସନ୍ଦେହ ଅଙ୍କୁରେଇବା ମଣିଷର କାମ
ତା’ବୋଲି କ’ଣ ମୁଁ ଚୁପ୍ ବସିବି ?
ଶବ୍ଦମାନଙ୍କୁ ଯେଝା ବାଟରେ ଯିବାକୁ ଦେବି ?

ବୋଉ ମୁଢି ମୁଆଁ ବାନ୍ଧିଲା ରକମ
ବାନ୍ଧିଦେବି ଅନ୍ଧାରକୁ ମୋ ସ୍ଵପ୍ନର ପାଦରେ
ଶବ୍ଦ ସବୁ ଫେରିବେ
ରୁଣୁଝୁଣୁ ଶୁଭିବେ ମୋ ନୀଳ କବିତାରେ ।

କଳିଙ୍ଗ ବିହାର, ଭୁବନେଶ୍ୱର, ମୋ – ୯୬୬୮୯୯୬୩୮୯

ଲେଖକ ପରିଚୟ

ଲେଖିବାକୁ ଭଲପାଏ ବୋଲି ଲେଖେ । କିଛି ଘଟଣା, ଦୁର୍ଘଟଣା ଅଣନିଶ୍ଵାସୀ କରିପକାନ୍ତି ବୋଲି ଲେଖେ । କହିବା ଅପେକ୍ଷା ଅନେକବେଳେ ଲେଖିବା ସହଜ ହୁଏ ବୋଲି ଲେଖେ । ମୋଟାମୋଟି କହିବାକୁ ଗଲେ ନିଜକୁ ବ୍ୟକ୍ତ କରିବାକୁ ହିଁ ଲେଖେ । ସାହିତ୍ୟ କଥା କହିପାରିବିନି ସ୍ଵ’ର ହିତ ପାଇଁ ଲେଖେ । ତେବେ ଅନେକ କବିତା, ଗପ, ପ୍ରବନ୍ଧ, ସ୍ତମ୍ଭ ଆଦି ଓଡ଼ିଶାର ନାନା ପତ୍ରପତ୍ରିକା ଓ ଖବରକାଗଜରେ ପ୍ରକାଶିତ ହେଉଛି ଓ ଏଯାବତ ଦୁଇ ଖଣ୍ଡ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇସାରିଛି ।

Related Posts

Leave a Reply

Your email address will not be published. Required fields are marked *