ଭାଗ୍ୟକୁ ନିନ୍ଦୁଛି

ତପନ କୁମାର ସାହୁ

ଜିତିଲେ ଟିକେ ହସୁଛି
ହାରିଲେ କାନ୍ଦୁଛି
ମୁଁ ଏବେ ମୋ ଭାଗ୍ୟକୁ ନିନ୍ଦୁଛି !!

ସଂଘର୍ଷ ଏବେ ଲକେଟ୍ ହୋଇ ଝୁଲୁଛି
ତା’ ପ୍ରତାରଣା ଏବେ ବି ଦଂଶୁଛି
ତା’ ଛଳନା ଏବେ ବି ଗ୍ରାସିଛି
ମୁଁ ଏବେ ମୋ ଭାଗ୍ୟକୁ ନିନ୍ଦୁଛି !!

ଏ ଆଖିରେ ମେଞ୍ଚାଏ ନିଆଁ
ଛାତିରେ କ୍ଷତାକ୍ତ ହୃଦୟ
‘କ୍ଷତ’ ରେ ନିର୍ବାପିତ ସବୁ ଯନ୍ତ୍ରଣା
ଦୀର୍ଘଶ୍ୱାସ ଢୋକି ବଞ୍ଚିଛି
ମୁଁ ଏବେ ମୋ ଭାଗ୍ୟକୁ ନିନ୍ଦୁଛି !!

ବାକିଥିବା ମେଞ୍ଚାଏ ବିଶ୍ୱାସକୁ ଧରି
ଭାଗ୍ୟ ରେଖା ବଢୁଛି
ମୁଖା ତଳ ଚେହେରାକୁ ଚିହ୍ନିବାର କୌଶଳ
ଏବେ ଏବେ ଶିଖୁଛି
ମୁଁ ଏବେ ମୋ ଭାଗ୍ୟକୁ ନିନ୍ଦୁଛି !!

ଢେଉ ଦେଖି ସେ ଗଢୁଥିଲା ବାଲିଘର
ତା ସହରରେ ଲୋକ ଭିଡ଼
ପ୍ରେମ ପାଇଁ ଲମ୍ବା ଧାଡ଼ିଟିଏ ଲାଗିଛି
କୁହୁଡ଼ି ଘୁଞ୍ଚିଲା ପରେ
ଜହ୍ନ ନୁହେଁ ଜହ୍ନି ଫୁଲ ଦିଶିଛି
ମୁଁ ଏବେ ମୋ ଭାଗ୍ୟ କୁ ନିନ୍ଦୁଛି !!

ବେଲଗାଁ, କଳାହାଣ୍ଡି, ମୋ-୯୦୧୯୩୧୧୮୬୮

ଲେଖକ ପରିଚୟ

ଗତ ଦଶ ବର୍ଷରୁ ଅଧିକ ସମୟ ଓଡ଼ିଶା ବାହାରେ ରହି ମଧ୍ୟ ଓଡ଼ିଆ ଭାଷା ପ୍ରତି ଅଜସ୍ର ଭଲପାଇବା ହିଁ ଏକ ପ୍ରତିଷ୍ଠିତ କବି ଭାବରେ  ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଛି କହିଲେ ଭୁଲ ହେବନି । ଛୋଟ ଥିଲାବେଳେ ବଡ଼ ଭାଇ ପ୍ରତି ସପ୍ତାହରେ “ଜହ୍ନ ମାମୁଁ” ଓ ଉପନ୍ୟାସ ବହି ଆଣନ୍ତି, ପଢି ସାରି ମୋତେ ଦିଅନ୍ତି । ବହି ପଢ଼ିବାର ନିଶା କ୍ରମେ ଛୋଟଛୋଟ ଗପ ଓ କବିତା ଲେଖିବାକୁ ପ୍ରେରିତ କରିଥିଲା । ପରେ ପରେ ବିଭିନ୍ନ ଦୈନିକ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି ଅନେକ ଗପ, କବିତା ଓ ସ୍ତମ୍ଭ । ଏକ କବିତା ସଂକଳନ “ଶବ୍ଦଗ୍ରସ୍ତ” ଆଗାମୀ ଦିନରେ ପ୍ରକାଶିତ ହେବାକୁ ଯାଉଛି ।

Related Posts

Leave a Reply

Your email address will not be published. Required fields are marked *