ଚଲାପଥର ୫୪ତମ ମହୋତ୍ସବ ଅନୁଷ୍ଠିତ

ଭୁବନେଶ୍ଵର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଶ୍ରୀବୃଦ୍ଧି ଓ ଜନଜୀବନ ମଙ୍ଗଳ ପାଇଁ ଚଲାପଥ ନିଷ୍ଠାର ସହ କାର୍ଯ୍ୟ କରୁଛି । ସାରସ୍ୱତ ସାଧକମାନଙ୍କ ମଧ୍ୟରେ ସୃଜନ ସମ୍ପର୍କର ସେତୁ ନିର୍ମାଣ କରିବାରେ ଚଲାପଥ ଗୁଣ୍ଡୁଚିର ଧର୍ମ ଲିଭାଇ ଆସୁଛି ବୋଲି ଚଲାପଥର ୫୪ ତମ ମହୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କ ସଭାପତିରେ ଅନୁଷ୍ଠିତ ଏହି ମହୋତ୍ସବରେ ପୂର୍ବତନ ମନ୍ତ୍ରୀ ଡକ୍ଟର ପ୍ରଫୁଲ ଚନ୍ଦ୍ର ଘଡ଼ାଇ ଯୋଗଦେଇ ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ବିଚାରପତି ଭିକାରୀ ଚରଣ ରାଉତ ଯୋଗ ଦେଇଥିବା ବେଳେ, ହାଇକୋର୍ଟର ବରିଷ୍ଠ ଆଡ଼ଭୋକେଟ ବିଭୁ ପ୍ରସାଦ ତ୍ରିପାଠୀ, ବରିଷ୍ଠ ରାଜନେତା ପ୍ରଶାନ୍ତ କୁମାର ରାୟ, ଚଲାପଥର ପ୍ରତିଷ୍ଠାତା ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ହଳଧର ଧୀର, ଉପସଭାପତି ଭୁବନ ମୋହନ ମହାନ୍ତି, ଡକ୍ଟର ଗୀତାଶ୍ରୀ ପ୍ରିୟମ୍ବଦା ପ୍ରମୁଖ ଯୋଗ ଦେଇ ଚଲାପଥର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । କବୀ ଦିପ୍ତିରେଖା ଦାସଙ୍କ ସୃଜନ ସୃଷ୍ଟି କବିତା ସଙ୍କଳନ ‘ସାଇତା ଫଗୁଣର ସ୍ୱର’ ଓ ଲେଖିକା ସଂଯୁ୍କ୍ତା ମହାପାତ୍ରଙ୍କ ପୁସ୍ତକ ‘ମାତୃ ରୂପେଣ ସଂସ୍ଥିତା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବରିଷ୍ଠ କବି ଅମରେଶ ପଟ୍ଟନାୟକ, ହାଇକୋର୍ଟର ବରିଷ୍ଠ ଆଡ଼ଭୋକେଟ ବିଭୁ ପ୍ରସାଦ ତ୍ରିପାଠୀ, ବରିଷ୍ଠ ପ୍ରଶାସକ ଦିଗନ୍ତ କୁମାର ରାଉତରାୟ, ବରିଷ୍ଠ ପ୍ରଶାସକ ଭବେଶ କୁମାର ନାୟକ, ସାମ୍ବାଦିକ ପ୍ରକାଶ ଦାସ, ଆଡ଼ଭୋକେଟ ନାରାୟଣ ଚନ୍ଦ୍ର ପତି, ସାମ୍ବାଦିକ ପ୍ରସନ୍ନ ପତି, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିଦେ୍ର୍ଧଶିକା ଦିପ୍ତିମୟୀ ମହାପାତ୍ର, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଆଇ.ଓ ତଥା କବି ସରୋଜ ଶତପଥୀ, ଇଂ ଧୀରେନ କୁମାର ଖୁଣ୍ଟିଆ, କବୀ ଦିପ୍ତିରେଖା ଦାସଙ୍କୁ ଚଲାପଥ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ସ୍ୱର୍ଗତ ପ୍ରଫେସର ଡକ୍ଟର ରାମଚନ୍ଦ୍ର ଧୀରଙ୍କୁ ପ୍ରଦତ୍ତ ମରୋଣତର ଚଲାପଥ ସମ୍ମାନ ତାଙ୍କର ପତ୍ନୀ ନମିତା ଧୀର ଓ ତାଙ୍କୀର ଦୁଇ କନ୍ୟାଙ୍କୁ ପ୍ରଦାନ କରାଯାଇଥିଲା । ଚଲାପଥ ଅନୁଷ୍ଠାନର ଶୁଭ ଚିନ୍ତକ ଡାକ୍ତର ଶରତ ଚନ୍ଦ୍ର ମିଶ୍ର ଓ ତାଙ୍କ ଧର୍ମପତ୍ନୀ ଦେଶ କଲ୍ୟାଣୀ ମିଶ୍ରଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଚଳଚ୍ଚିତ୍ର ସଙ୍ଗୀତ ଶିଳ୍ପୀ ତଥା ଗାୟିକା ସାଇଶ୍ରୀ ବିଶ୍ୱଜିତା ରାୟଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବଦ୍ଧିତ କରିଥିଲେ । କଣ୍ଠ ଶିଳ୍ପୀ ସାଇଶ୍ରୀ ବିଶ୍ୱଜିତା ରାୟଙ୍କ ସଙ୍ଗୀତ ପରିବେଷଣ ପରିବେଶକୁ ମଧୁମୟ କରି ଗଢ଼ି ତୋଳିଥିଲା । କବି ଧ୍ରୁବ ଚରଣ ସେଠୀଙ୍କ ସଭାପତିତ୍ୱରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସାମ୍ବାଦିକ ତଥା ସାହିତି୍ୟକ ଅଜୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, କବି ଯୋଗେନ୍ଦ୍ର କୁମାର ନାୟକ, କବୀ ତରୁଣବାଳା ମହାପାତ୍ର, ମଧୁସ୍ମିତା ଶା, ଲୋପାମୁଦ୍ରା ନାୟକ, ଅନୁସୂୟା ବାରିକ, କ୍ଷଣପ୍ରଭା ମହାନ୍ତି, ବୀଣାପାଣି ଚୌଧୁରୀ, ଗୀତାଞ୍ଜଳୀ ଦଳେଇଙ୍କ ସଂଯୋଜନାରେ ଶତାଧିକ କବି କବିତା ପାଠୋତ୍ସବରେ ଭାଗନେଇ ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *