ତୁମକୁ ଭଲପାଏ ବୋଲି ତ

ଅମିତା ମହାନ୍ତି

ତୁମ ଚକା ଆଖିକୁ ନିରେଖି ନିରେଖି
ମୋ ମୁକୁଳା ଆଖି ଦୁଇଟିରେ
ଭରି ଦେଇଛି ଆଞ୍ଜୁଳେ ଲୁହ
ତୁମ ପାଦପଦ୍ମରେ କୁଢେଇ ଦେଲି
ମୋ ଅବୁଝାପଣର ଭେଟି

ସତରେ ଏ ପୃଥିବୀଟି ମଧୁମୟ
ଜହ୍ନରେ ଭରିଛି ପ୍ରୀତିର ସପ୍ତ ରଂଗ
ଆକାଶରେ ଆଙ୍କିଛି ତୁମର ଛବି
ସୂର୍ଯ୍ୟରେ ଅସରନ୍ତି ବିଶ୍ଵାସ
ମାଟିରେ ସୁମଧୁର ମହକ

‘ସମୟ’ ମୋ ଆୟୁଷକୁ ମାଳା କରି
ଗଳାରେ ଲମ୍ବେଇ ଦେଇଛି
ସୃଷ୍ଟି ଛଡ଼ା ସ୍ଵପ୍ନ ଦେଖିବା
ଅପାରଗ ପଣିଆର ବିରାଟ ବଡ଼ କ୍ଷତ

ମୋର ସବୁତକ ଯନ୍ତ୍ରଣା, ଅଭିମାନକୁ
ସଂଖୋଳି ନେବାରେ ଅସୁବିଧା କଣ ?

ମୁଁ ଭଲପାଏ ବୋଲି ତ
ମନ କଥା କହିଦେଲି
ତୁମକୁ ଖୋଜିଖୋଜି ନୟାନ୍ତ ହେଲିଣି
ମୋର ନପାରିଲା ପଣରେ …!

ସେକ୍ଟର ୭ ସିଡ଼ିଏ, କଟକ

ଲେଖକ ପରିଚୟ

କଟକ ମାଟିରେ ଜନ୍ମ ନେଇଥିବାରୁ ନିଜକୁ ଭାଗ୍ୟବାନ ମନେକରେ । ଜୀବନମୟତାରେ ବିଶ୍ୱାସ ରଖୁଥିବା କମ୍ ଶବ୍ଦରେ ଖୁବ୍ ସରଳ ଭାବରେ ଜୀବନକୁ ବୁଝି ବଞ୍ଚିପାରିଲେ ମଧୁମୟ ହୁଏ ଜୀବନର ପରିଭାଷା । ଭାବ ଓ ଶବ୍ଦର ଯୁଗଳବନ୍ଦୀରେ ଦୁଇଟି କବିତା ସଂକଳନ ‘ପ୍ରତିଧ୍ଵନି’ ଓ ‘ଶବ୍ଦର ଆବାହନ’ ପ୍ରକାଶ ପାଇଛି । ଜଞ୍ଜାଳମୟ ଜୀବନରେ ସାହିତ୍ୟକୁ ଆପଣେଇବାର ନିଶା ସମାଜକୁ ନୂତନ ବାର୍ତ୍ତା ଦେବାର ଛୋଟ ପ୍ରୟାସ ।

Related Posts

Leave a Reply

Your email address will not be published. Required fields are marked *