ଭୁବନେଶ୍ଵର : ଫେବୃୟାରୀ ୨୭ ତାରିଖ ଦିନ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ କଥାକାର ମନୋଜ ଦାସଙ୍କ ୯୧ତମ ଜନ୍ମଦିନ ପାଳନ ହେବାକୁ ଯାଉଛି । ଏହି ସ୍ୱର୍ଣ୍ଣିମ ଅବସରରେ ଯୁବ ଔପନାସିକ ଦେବବ୍ରତ ଦାସ ”ମନୋଜ ସ୍ମୃତି ସାହିତ୍ୟ” ପ୍ରଦାନ କରାଯିବ ବୋଲି ଏନେଇ ସ୍ମୃତି ସଂସଦର ସଭାପତି ତରୁଣ କୁମାର ସାହୁ । ଏଥିସହିତ ସମ୍ପାଦକ ପ୍ରକାଶ କୁମାର ପରିଡ଼ା ଜଣାଇଛନ୍ତି ଯେ ଏକାଧାରରେ ଯୁବ ଔପନାସିକ ଦେବବ୍ରତ ଦାସ ଜଣେ ଔପନାସିକ ହେବା ସହିତ ଗାଳ୍ପିକ, କବି ମଧ୍ୟ ।
