ୱାର୍ଲ୍ଡ ବୁକ୍ ଫେୟାରରେ ଓଡ଼ିଆ ଲେଖକଙ୍କ ପୁସ୍ତକ ଉନ୍ମୋଚନ

ଭୁବନେଶ୍ଵର : ନୂଆଦିଲ୍ଲୀ ଠାରେ ପକ୍ଷୀଘର ପ୍ରକାଶନୀ ଓ ଡିକେ ଏଜେନ୍ସିଜ୍ ମିଳିତ ଆନୁକୂଲ୍ୟରେ ଆୟୋଜିତ ୱାର୍ଲ୍ଡ ବୁକ୍ ଫେୟାରରେ ଶାନ୍ତନୁ କୁଆର ଆଚାର୍ଯ୍ୟ, ବିଶିଷ୍ଟ କଥାଶିଳ୍ପୀ ପୁଷ୍ପାଞ୍ଜଳି କର ଓ ମାୟାଧର ନାୟକଙ୍କ ପୁସ୍ତକ ଲୋକାର୍ପିତ ହୋଇଛି । ଲେଖକ ଶ୍ରୀ ଆଚାର୍ଯ୍ୟଙ୍କ ପୁସ୍ତକ ‘ଜେଜେ ମଲାପରେ’ର ଇଂରାଜୀ ଅନୁବାଦ ସୁଦେଷ୍ଣା ମହାନ୍ତି କରିଥିଲାବେଳେ,ପୁଷ୍ପାଞ୍ଜଳି କରଙ୍କ ପୁସ୍ତକ ‘ହିଡ଼େନ୍ ମେଲୋଡ଼ି ବିହାଇଣ୍ଡ ଗାନ୍ଧୀସ୍ ଲାଇଫ୍’ ପୁସ୍ତକକୁ ଅନୁବାଦ କରିଥିଲେ ଭବାନୀଶଙ୍କର ଆଚାର୍ଯ୍ୟ ଓ କ୍ଷମାନିଧି ମିଶ୍ର ।

ସେହିପରି ମାୟାଧର ନାୟକଙ୍କ ପୁସ୍ତକ ‘ପ୍ରିମୋନିସ ଆଣ୍ଡ ପ୍ରୋଫେସିଜ୍’ ପୁସ୍ତକକୁ ଅନୁବାଦ କରିଥିଲେ ବିଶିଷ୍ଟ ଅନୁବାଦକ ମନୋରଞ୍ଜନ ମିଶ୍ର । ବିଶିଷ୍ଟ ସାହିତ୍ୟିକ ଦାଶ ବେହେନୁର, ବିଖ୍ୟାତ ଇଂରାଜୀ ଲେଖକ ସୁମନ୍ୟୁ ଶତପଥୀ, ଲେଖକ ବିଜୟାନନ୍ଦ ସିଂହ, ଲିଫି ପବ୍ଲିକେସନ ପ୍ରାଇଭେଟ ଲିମିଟେଡ଼ର ଅଧ୍ୟକ୍ଷ ରମେଶ କେ. ମିତ୍ତଲ, ବିଶିଷ୍ଟ ଲେଖିକା ବନ୍ଦନା ଜେନା ପ୍ରମୁଖ ଯୋଗ ଦେଇଥିଲେ । ପ୍ରଫେସର ସୁମନ୍ୟୁ ଶତପଥୀ ଓ ଦାଶ ବେହନୁର ଉଭୟ ପୁସ୍ତକର ସମୀକ୍ଷା କରିଥିଲେ । ମାୟାଧର ନାୟକଙ୍କ ପୁସ୍ତକ ଉପରେ ଲେଖକ ବିଜୟାନନ୍ଦ ସିଂହ ବକ୍ତବ୍ୟ ରଖିଥିଲେ । ଲିଫି ପବ୍ଲିକେସନର ସମ୍ପାଦକ ରଶ୍ମି ମିତ୍ତଲ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ । କାର୍ଯ୍ୟକ୍ରମରେ ପକ୍ଷୀଘର ପ୍ରକାଶନୀର ମୁଖ୍ୟ ବନୋଜ ତ୍ରିପାଠୀ ଉପସ୍ଥିତ ଥିଲେ ।

Related Posts

Leave a Reply

Your email address will not be published. Required fields are marked *