ପ୍ରବୀର କୁମାର ସାହୁ
ବର୍ଷ ରେ ସେଇ ସମୟ,ଯେବେ
ଦୂରତା କମେ ମୋର ଆଉ ବହିର
ଏଥର ବୋଧେ ସମ୍ପୂର୍ଣ୍ଣ ଅପହଞ୍ଚ ଥିଲି,
ଭୟଥିଲା ଏ ପରୀକ୍ଷା ଯେମିତି
ହଷ୍ଟେଲ ଯିବାକୁ ବାଧ୍ୟ ନ କରେ।
ଦୁଇ ମାସ ବାକି,ଶୁଭାରମ୍ଭ
କାଳେ ଦୁଇ ମାସ ପଢ଼ିଲେ
ସାହିତ୍ୟରେ ଆଗେ ପାସ ହେଇ ଯିବି,
କଣ ପାଇଁ ସାହିତ୍ୟ ମତେ ନିଜର ଲାଗିଲା
ଶୁଣିଥିଲି ପ୍ରେମରେ ପଡ଼ିଲେ କୁଆଡେ ସାହିତ୍ୟ ଭଲଲାଗେ।
ପ୍ରେମରେ ପଡିବା ପୂର୍ବରୁ,ଭୟ!!
ଭୟ ର ନାଁ ଗଣିତ,ମୋ ଶତ୍ରୁ
ପୂର୍ବଥର ଭଳି ଶୁନ ରେ ସନ୍ତୁଷ୍ଟ ନ କରୁ!!
ଜୀବନ ବର୍ବାଦ ହେଇ ଯିବ ଯେ
କେହି ତାଙ୍କୁ ବନ୍ଦ କରି ଦିଅନ୍ତା କି।
ଆଉ ବାକି ବିଷୟର ଭରସା ନ ଥିଲେ ବି
ବୋଉ ମଙ୍ଗଳାଙ୍କ ପାଖରେ ଓଷା କରିଥିଲା
ସତରେ କଣ ମା ପାସ କରି ଦେବେ?
ସେ କଥା ମୋ ବୋଉ ଜାଣିଥିବ
ନ ହେଲେ କାନ୍ଦିଏ କଦଳୀ ବ୍ୟର୍ଥ ହେଇ ଯିବ।
ସବୁବେଳେ ବାପାଙ୍କ ଏକା ତାଗିଦ୍
ଯେମିତି ହେଉ ତତେ ପାସ କରିବାକୁ ହେବ ଯେ
କଣ ପରୀକ୍ଷା ଫଳ ମୋ ଜୀବନ ବଦଳେଇ ଦବ
ମୋ ଜୀବନ ଠାରୁ ବଡ଼ ବୋଧେ ବାପାଙ୍କ ସମ୍ମାନ
ସେଇ ପାଇଁ ଘରୁ ବାହାରିବାକୁ ମନା।
ସ୍କୁଲ୍,ଖେଳ, କୋଚିଂ ସବୁ ବନ୍ଦ
ବାହାରକୁ ଯିବାକୁ ବାହାନା ର ଅଭାବ
ପାଖ ପଡିଆ ରୁ କ୍ରିକେଟ ମ୍ୟାଚ୍ ଜିତିବାର କୋଳାହଳ,
ଦୁଇ ମାସ ହେଲାଣି ସୋଇପଡିଥିବା
ଖେଳାଳୀ କୁ ଜୀବନ ଦାନ କରି ଚାଲି ଯାଉଥିଲା।
ପରୀକ୍ଷା ଲାଗି ମୁଁ ଏବେ ଅଛୁଆଁ, ଏକା
ବୋଉ ସହ କଥା ଦି ପଦ କେବଳ ଖାଇବା ବେଳେ
କେତେ ଦିନୁ ସାନ ଭଉଣୀ ର ବିଧା ଖାଇନୀ,
ଜେଜେମା ଆଉ ଗୁଣ୍ଡି ପାଇଁ ଆଉ କହୁନି
ଶେଷ ଥର କେବେ ଦେଇ ଥିଲି ଭୁଲି ଗଲିଣି।
ପରୀକ୍ଷା କଣ ସତରେ ସମ୍ପର୍କ ଛିନ୍ନ କରି ଦିଏ
କେତେ ଦିନ ର ଏ ଛିନ୍ନ ସମ୍ପର୍କ ,
ସତରେ ମତେ କଣ ପାସ୍ କରି ଦେବ
ଯଦି ମୁଁ ଫେଲ ହେଇ ଯାଏ,ତେବେ।
“ସେତିକି ଭାବିବା ଥାଉ,ପାଠ ପଢ”,
ସେପଟୁ ବାପା ଗର୍ଜନ କଲେ,।।
ଲେଖକ ପରିଚୟ
ପ୍ରବୀର ଏବେ ସ୍ନାତକ ପାଠ୍ୟକ୍ରମର ଦ୍ବିତୀୟ ବର୍ଷର ଛାତ୍ର । ପିଲାବେଳୁ ସେ ସାହିତ୍ୟ ପଢିବାକୁ ଭଲ ପାଆନ୍ତି । ଏବେ ପଢା ପଢି ସହ ଲେଖାଲେଖି କରୁଛନ୍ତି ।