ଗୁରୁ ପ୍ରସାଦ ସାହୁ

କାଲି ଭଳି ମନେ ଅଛି ମୋର
ସ୍କୁଲ୍ ର ସେ ଆଗ ଧାଡି
ସାଥି ଥିଲ ତୁମେ ଲକ୍ଷ୍ମୀଧର।

ସାର୍ ନଥିବା କ୍ଲାସ ହେଉ
ହେଉ ଅବା ଖେଳଛୁଟି
ଅବା ହେଉ କିଛି ଅଵସର ।

କାହାର କେଉଁ ଚିନ୍ତା କେଉଁ ଆଲୋଚନା
କିନ୍ତୁ ଆମ ଆଲୋଚନା ର
କେନ୍ଦ୍ର ବିନ୍ଦୁ ଥିଲା ଗୁରୁବାର ।

ସ୍କୁଲ୍ ଟ୍ୟୁସନ୍ ର ହୋମ ଓ୍ବାର୍କ ସାରି
ସାରି ଦେଇ ରାତ୍ର ଭୋଜନ ଆଁଖେ ଦେଖିବାର
ସ୍ବପ୍ନରେ ରହୁଥିଲେ ଉଜାଗର।

ସତେ ଯେମିତି..
ପ୍ରତି ଗୁରୁବାର ଜାଗର
ଟିଭି ଟା ମନ୍ଦିର, ଆଉ
‘କର୍ଣ୍ଣଲ୍ , ହରଦୟାଲ’ ଠାକୁର।

ଏତିକି ରେ
ସରେନି କାହାଣୀ
ପାହେ ରାତି ହୁଏ ଶୁକ୍ରବାର।

ମନେ ମନେ ଆମେ ଦୁହେଁ
ହେଇଯାଏ ନାୟକ ମନର
ସତେ ଅବା ଆଁଖେ ର ଆକ୍ଟିଭ ମେମ୍ବର।

Related Posts

Leave a Reply

Your email address will not be published. Required fields are marked *