ଭୁବନେଶ୍ଵର : ଅଜୟ ଉତ୍ସବ କମିଟି ପକ୍ଷରୁ ଆସନ୍ତା ୨୩ ତାରିଖ ବସନ୍ତ ପଞ୍ଚମୀ ଦିନ ସପ୍ତମ ଅଜୟ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଓଡ଼ିଶାର ବହୁ ପ୍ରତିଷ୍ଠିତ ସାହିତ୍ୟିକ, ସଂଗୀତଜ୍ଞ, ବୁଦ୍ଧିଜୀବିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ‘ସପ୍ତମ ଅଜୟ ଉତ୍ସବ ସମ୍ମାନ’ରେ ସୁରେଶ ନାୟକ(ପୁଡୁଚେରୀ), ‘ଅଜୟ ଉତ୍ସବ ଗଳ୍ପ ସମ୍ମାନ’ରେ ସୁଜାତା ମହାପାତ୍ର ଓ ‘ଗାୟତ୍ରୀ ସରାଫ ଗଳ୍ପ ସମ୍ମାନ’ରେ ଦିଲ୍ଲୀପ ବେହେରଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଅଜୟ ଉତ୍ସବ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିବା ସୂଚନା ମିଳିଛି ।
