ସ୍ନେହାଶିଷ ମହାନ୍ତି

ମୁଁ ଏବେ ଏବେ ଭିଜିଛି ବର୍ଷାରେ
ଆକାଶରେ ଆଉ ମେଘ ନାହିଁ
ଯାହାଥିଲା ସବୁ ଶେଷ ହେଲା
ଆଉ ଏଠି ପ୍ରେମ ଫ୍ରେମ ନାହିଁ … ।

ତୁମେ ଚାଲ ଫେରିଚାଲ
ଯେଉଁଠାରୁ ଆସିଥିଲ ଦିନେ
ତୁଚ୍ଛାଟାରେ ଖୋଜୁଛ ହୃଦୟ !
କିଛିବି ଏଠି ମିଳିବାର ସମ୍ଭାବନା ନାହିଁ …. ।

ତୁମେ ଯିବ ଛାଡ଼ିଯିବ
ପଛେ ପଛେ ଓଦା ପାଦଚିହ୍ନ
ଧୀରେଧୀରେ ଲିଭିଯିବ ସବୁ
ସ୍ମୃତି କରି ସାଇତିବାକୁ କେହି ଏଠି ନାହିଁ … ।

ପବନ ବି ଫେରିଯିବ ତୁମ ସାଥେ
ମଳୟ ଓ ପକ୍ଷୀ ସବୁ ନେଇ
ସେଇମିତି ତାଳଗଛ ଥୁଣ୍ଟା ହେଇଥିବ
ସମୟକୁ ଫେରିବାକୁ ଏଠି କେହି ରାଣ ଦେଇନାହିଁ … ।

ଖୁଣ୍ଟା, ମୟୂରଭଞ୍ଜ, ମୋ – ୭୦୦୮୭୦୨୮୮୧

ଲେଖକ ପରିଚୟ

ଏଯାବତ ସାହିତ୍ୟ କଣ ଜାଣେନି କି କବିତାକୁ ସଠିକ ରୂପେ ଚିହ୍ନି ସାରିନି । କେବଳ ଯନ୍ତ୍ରଣାରୁ ଲୁହ ପରି ଯାହା ଭିତର ଛାତିରୁ ଧାଡ଼ିଧାଡ଼ି ହେଇ ବହିଯାଏ । କବି ହେଇ କେବେ କବିତା ଲେଖିନି, କିନ୍ତୁ ହଁ କବିତା ମୋତେ ଲେଖାକରାଏ ବୋଲି କବି ଭାବେ ନିଜକୁ ବେଳେବେଳେ ଗର୍ବ କରେ ! ଯାବତ ଯନ୍ତ୍ରଣା ହିଁ ମୋ ପ୍ରେରଣା ଓ କବିତାର ଉତ୍ସ । କବିତାର ସ୍ମୃତି ସବୁକୁ ସାଇତିବା ପାଇଁ ଦୁଇଟି ବହି ତିଆରିଛି । ଆଉ ରହିଲା କବିତାରେ ଭବିଷ୍ୟତ ! ସେ ଭବିଷ୍ୟତ ଫବିଷ୍ୟତ ସବୁ ତା’ରି ହାତରେ … ।

Related Posts

Leave a Reply

Your email address will not be published. Required fields are marked *