ସ୍ମୃତିରେ ସ୍ବାତି

ଦିବାକର ମହାରଣା

ଯେଉଁ ଦିନ ସାସ୍ବତ ବାବୁ ଏଇ ଝିଅ ଟିକି ଦେଖିଲେ ,କାହିଁକି କେଜାଣି ଦେଖୁ ଦେଖୁ ଝିଅ ଅତି ନିଜର ନିଜର ଲାଗିଲା।
ସାସ୍ବତ ବାବୁ ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ।
ବୟସ ୬୫ ହେବ ।ବିଭିନ୍ନ କାରଣରୁ ଅବସର ପରେ ଘରେ ନବସି,ବିଭିନ୍ନ କାମଧନ୍ଦା କରନ୍ତି। ଯଦିଓ ସେ ପାଠ ବହୁତ ପଢିଥିଲେ କିନ୍ତୁ ସେତେବେଳେ ଆଉ ବଡ ଚାକିରି ବାକିରି ନଖୋଜି, ତହସିଲ ଅଫିସ ରେ କିରାଣୀ ଟିଏ ହେଲେ ।
ଚାକିରି ସହ ଘର ଚଳେଇବା ପାଇଁ ଓ ପିଲାଙ୍କୁ ଊଚ୍ଚ ଶିକ୍ଷା ଦେବା ପାଇଁ ଘରକୁ ଘର ବୁଲି ଟିଉସନ ସକାଳେ ଓ ସନ୍ଧ୍ୟା ବେଳେ କରୁଥିଲେ। ପିଲାମାନେ ବଡ ହେଲା ପରେ ଏବଂ ଚାକିରି ବାକିରି କଲାପରେ ପିଲା ମାନେ ବାଧ୍ୟ କଲାରୁ ଆଉ ଟିଉସନ କଲେନି।
ଚାକିରି ସମୟରେ ପିଲାଙ୍କୁ ମଣିଷ କରିବା ପାଇଁ ଆଉ ଝିଅ ମାନଙ୍କର ବାହାଘର ପାଇଁ ଜିପିଏଫ୍ ଟଙ୍କା ସବୁ ସାରିଦେଇଥିଲେ ଆଉ ଗାଁ ରେ ଥିବା ପୈତୃକ ସମ୍ପତ୍ତି ବି ବିକିଦେଲେ। ପିଲାମାନେ ଅନ୍ଯଯାଗାରେ ଚାକିରି କରି ସିଆଡେ ସବୁ ରହିଲେ ।ଦିନକୁ ଦିନ ଝିଅ ମାନଙ୍କର ଜଂଜାଳ ବଢିଲା। ସେମାନେ ବି ଆଉ ବାପ ଘରକୁ ପ୍ରାୟ ଆସନ୍ତିନି।
ସାସ୍ବତ ବାବୁଙ୍କ ସ୍ତ୍ରୀ ବି ବେମାରିଆ ଲୋକ। ସବୁବେଳେ ଔଷଧ ଉପରେ ନିର୍ଭର। ଯାହା ପେନସନ ଗଣ୍ଡାକ ମିଳେ ସେଥିରୁ ଘରଭଡା,ଇଲେକ୍ଟ୍ରିକ ବିଲ ,ଔଷଧ ଖର୍ଚ ଗଲାପରେ ମାସକୁ ପନ୍ଦର ଦିନ ନିଅଣ୍ଟ ପଡେ।
କେତେଦିନ ଆଉ ବାକି ସାକି ରେ ଚଳିବେ ?
ଏଣୁ ପୁରୁଣା ପେଶା କୁ ଫେରି ଆସିଲେ।
ସାସ୍ବତ ବାବୁ ଗଣିତ ଆଉ ବିଗ୍ଯାନ ପଢାରେ ଧୂରନ୍ଧର
ମାଟ୍ରିକ ଠାରୁ ଡିଗ୍ରୀ ପର୍ଯ୍ୟନ୍ତ ପିଲା ଙ୍କୁ ପଢେଇବା ପାଇଁ ଗୋଟିଏ କୋଚିଗଂ ସେଣ୍ଟର କୁ ଗଲେ।
ଯେଉଁଦିନ ପ୍ରଥମ କରି ପଢେଇବାକୁ ଗଲେ ,ଝିଅ ଟି ଆଗ ଧାଡ଼ିରେ ବସିଥିଲା।
ତାକୁ ଦେଖି ମନେ ମନେ ଭାବିଲେ ,ଏ ଝିଅ ଟି କିଏ?
କ୍ଲାସ୍ ସରିବା ପରେ ତାକୁ ତା ନାମ ପଚାରିଲେ।
ଆରେ ମା ତୁମ ନାଁ କଣ ?।
ସାର ମୋ ନା ସ୍ବାତି ମହାନ୍ତି
ଆରେ ମୋ ନା ବି ସାସ୍ବତ ମହାନ୍ତି।
ଭଲ ହେଲା। ଆଉ ତୁମର ତ ଏବର୍ଷ ବିଏସି ସରିଯିବ ।
ସାର ।
ଆଉ ତାପରେ କଣ କରିବ ?
ସାର କେଉଁଠି ଚାକିରି ଖୋଜିବି
କାହିଁକି ଆଊ ପଢିବନି?।
ନାଇଁ ସାର ମୋ ଘର ର ଆର୍ଥିକ ଅବସ୍ଥା ଏତେ ଭଲ ନୁହେଁ
ବାପା ପଢେଇ ପାରିବେନି।
ସ୍ବାତି ର ପରିକ୍ଷା ଆରମ୍ଭ ହେଇଗଲା।
ଆଉ କୋଚିଗଂ ପାଇଁ ଆସିଲାନି ।
ସାଶ୍ବତ ବାବୁ ମନେ ମନେ ସ୍ବାତି କଥା ଭାବୁଥିଲେ ।
ମୋର ସାନ ଝିଅ ବୟସ ର ।ଦେଖିବାକୁ ଠିକ ସ୍ବାତି ଭଳି। ଭଲ ପଢୁଥିଲା ଅନ୍ଯ ଭାଇ ଭଉଣୀ ମାନକଂ ଠାରୁ ମାତ୍ର
ସ୍କୁଲ ରେ ପଢୁଥିବା ସମୟରେ, ବାଟରୁ ଅବାଟରେ ଯାଇ ଥରେ ଗୋଡ ଖସାଇ ଦେଲା ।ବହୁ ଗାଳି ମନ୍ଦ ମାଡ ଖାଇଲା ପରେ ଦିନେ ରାତିରେ ଘର ଛାଡି ପଳେଇଲା। ଯାଇଛି ଯେ ଯାଇଛି ଆଉ ଆସିଲାନି। ବହୁ ବର୍ଷ ପରେ ଥରେ ଗୋଟିଏ ପିଲା ସହ ଆସିଥିଲା।ମଥାରେ ସିନ୍ଦୁର।
ସାସ୍ବତ ବାବୁ ଙ୍କର ସ୍ତ୍ରୀ ଙ୍କର ଇଚ୍ଛା ଥିଲା, ଝିଅ ଜ୍ବାଇଁ ଙ୍କୁ ଘରକୁ ଆଣିବାକୁ ମାତ୍ର ସାସ୍ବତ ବାବୁ ବନ୍ଧୁ ବାନ୍ଧବ ଆଉ ଜାତିଆଣ ମନୋଭାବକୁ ନେଇ ଡାକିଲେନି। ସେ ଝିଅ ସେଇ ଦୁଆର ମୁହଁ ରୁ ଫେରିଗଲା।
ସେଦିନ ଠାରୁ ସବୁବେଳେ ମନ ଦୁଃଖରେ ରହୁଛନ୍ତି ।
ସ୍ବାତି କୁ ଦେଖିଲା ପର ଠାରୁ ମନେ ମନେ ଝିଅ କୁ ପାଇଲା ଭଳିଆ ଲାଗିଲା।
ଯେଉଁ ଦିନ ବିଏ ସି ଫଳ ବାହାରିଲା ଦେଖିଲେ ସ୍ବାତି ତାଙ୍କ କଲେଜ ତଥା ବିଶ୍ବବିଦ୍ଯାଳୟର ଶ୍ରେଷ୍ଠ ସ୍ନାତକ।
ସାଂଗେ ସାଗେଂ ଖୁସିରେ ଅଧୀର ହେଇଗଲେ। ଲାଗିଲା ସତେ କି ମୋ ଝିଅ ଟପ୍ପର ହେଇଚି।
ମିଠା ପ୍ଯାକେଟ ନେଇ ସ୍ବାତି ଘରକୁ ଗଲେ ।
ସ୍ବାତିର ବାପା ମାକୁଂ ମିଠା ଖୁଆଇ ତାର ଭବିଷ୍ୟତ କଥା ପଚାରିଲେ।
ସାର – ମୁଁ କଣ ପଢେଇ ପାରିବି?।ବହୁ କଷ୍ଟରେ ସେ ଭଲ ପଢୁଥିଲା ବୋଲି ଏତେ ବାଟ ଆଣିଲି। ଏଥର ଚାକିରି କରୁ। କେଉଁଠି ଦେଖି ବାହା କରେଇ ଦେବି।
ସାସ୍ବତ ବାବୁ କହିଲେ, ଦେଖନ୍ତୁ ସ୍ବାତି ପଢୁ ।ସେତ ବୃତ୍ତି ପାଇବ।
ମୁଁ ବହିପତ୍ର ଯୋଗାଡ କରିଦେବି ଆଉ ସେ ଆମ ଘରେ ରହିବ। ଆମେ ତ ଦୁଇପ୍ରାଣୀ ।ଆମର କିଛି ଅସୁବିଧା ହେବନି। ଆଉ ଆପଣ ମଝିରେ ମଝିରେ ଯାଇ ଝିଅ କୁ ଦେଖି ଆସିବେ।
ତା ଭବିଷ୍ୟତ ଯଦି ଆପଣଙ୍କର ବିଶ୍ବାସ ହେଉଛି ମୋ ଉପରେ ଛାଡି ଦିଅନ୍ତୁ କହି ସାସ୍ବତ ବାବୁ ଫେରି ଆସିଲେ ।
କିଛି ଦିନ ପରେ ସ୍ବାତି ଆଉ ତା ବାପା ଆସି ସ୍ବାତି ର ବ୍ଯାଗ ପତ୍ର ଧରି ପହଞ୍ଚିଲେ ।
ସାସ୍ବତ ବାବୁ ସାଦର ଅଭିନନ୍ଦନ ଜଣାଇ ସ୍ବାତିକୁ ରଖି, ନିକଟ କଲେଜରେ ରସାୟନ ବିଗ୍ଯାନରେ ନା ଲେଖାଇ ଦେଲେ। ଆଉ ସେଦିନ ଠାରୁ ସ୍ବାତି ର ଏକ ନୂଆ ପରିଚୟ ହେଲା।
ସମୟ କ୍ରମେ ସାସ୍ବତ ବାବୁ ଆଉ ସ୍ବାସତ ବାବୁ ଙ୍କ ସ୍ତ୍ରୀ ଙ୍କୁ ସାର୍, ମାଡାମ ବଦଳରେ ବାପା ବୋଉ ଡାକିଲା ଏବଂ ସାସ୍ବତ ବାବୁଙ୍କ ଏମିତି ମିଶି ଗଲା ସାସ୍ବତ ବାବୁ ତା ପାଇଁ ବନ୍ଧୁ, ଦାର୍ଶନିକ, ଏବଂ ମାର୍ଗଦର୍ଶକ ର କାମ କଲେ ।
ସାସ୍ବତ ବାବୁ ଏକ ବଡ ଦାୟିତ୍ବ ନେଇଗଲେ କିନ୍ତୁ ସ୍ବାତି କୁ ମଣିଷ କରିବାକୁ ହେଲେ କିଛି ପଇସା ର ଆବଶ୍ୟକ। ସକାଳୁ ସାସ୍ବତ ବାବୁ ବୁଲିବାକୁ ଯାଆନ୍ତି। ଆଉ ସକାଳ ବୁଲା ପରେ ଘଣ୍ଟାଏ ଟିଉସନ କରନ୍ତି ସ୍ବାତି ଅଗୋଚର ରେ ।
ସ୍ବାତି କଲେଜ ଯିବା ପୂର୍ବରୁ ଆସି ଘରେ ପହଞ୍ଚି ଯାଆନ୍ତି।
ଏଇମିତି ସବୁ ଠିକ ଠାକ ଚାଲିଥାଏ। ଆଉ ଫାଇନାଲ ପରିକ୍ଷା ଅଳ୍ପଦିନ ଥାଏ। ଦିନେ ସନ୍ଧ୍ୟା ବେଳେ ଘରକୁ ଫେରିବା ବେଳେ ସ୍ବାତି ଗୋଟିଏ ପୁଅ କୁ ସଂଗରେ ନେଇ ଆସିଲା ଆଉ ଚିନ୍ହେଇ ଦେଲା ଏ ହେଉଛି ମୋ ସାଂଗ ସ୍ବରୂପ। ଆମ କ୍ଲାସ୍ ରେ ପଢୁଛି। ଆମେ ଦୁଇ ଜଣ ଫାଷ୍ଟ ସେକେଣ୍ଡ ହେଉ। ତା ବାପା ଜଣେ ଚାଷୀ। ଆମେ ପରସ୍ପର କୁ ଭଲ ପାଉଛୁ
ଆରେ ବାଃ ବଢିଆ।
ଠିକ ଅଛି। ଆଗ କ୍ଯାରିଅର ଦେଖ।
ହଁ ବାପା ,ସେଇଟା ତ ଠିକ।
ତାପରେ ସ୍ବାତି ପରିକ୍ଷା ପରେ ତା ନିଜ ଘରକୁ ଚାଲିଗଲା।
ପରିକ୍ଷା ଫଳ ବାହାରିଲା ପରେ ସ୍ବାତି ଆଊ ସ୍ବରୂପ ଦୁଇଜଣ ବିଶ୍ବବିଦ୍ଯାଳୟର ଟପର ହୋଇ ସ୍ବର୍ଣ୍ଣ ପଦକ ଆଊ ରଜତ କମଳ ପୁରଷ୍କାର ପାଇଛନ୍ତି।
ଯୋଗକୁ ସେଇ ବର୍ଷ ସ୍ବାତି ଆଇଏସ ଆଊ ସ୍ବରୂପ ଆଈପିଏସ ପାଇ ଚାକିରି କଲେ ।
ଦୁଇଜଣଙ୍କର ବନ୍ଧୁତ୍ବ କ୍ରମେ ପ୍ରେମର ରୂପ ନେଲା ଆଉ ଶେଷରେ ଦୁଇଜଣ ସାରା ଜୀବନ ପାଇଁ ବାନ୍ଧି ହେଇଗଲେ।
ସ୍ବାତି ଆଜି ଏଇ ଜିଲ୍ଲାର କଲେକ୍ଟର ଆଉ ସ୍ବରୂପ ଜିଲ୍ଲା ପୋଲିସ୍ ଅଧିକାରୀ।
ଆଜି ଦୁଇ ଜଣ ଯାକ ସ୍ବରୂପ ବାବୁଙ୍କ ଆଶୀର୍ବାଦ ନେବାପାଇଁ ସ୍ବରୂପ ବାବୁଙ୍କ ଘରକୁ ଆସୁଛନ୍ତି।
ଆଉ ଆଜି ସ୍ବରୂପ ବାବୁ ଏବଂ ତାଙ୍କ ସ୍ତ୍ରୀ ଙ୍କର ପାଦ ତଳେ ପଡୁନି ଖୁସିରେ ଝିଅ ଜ୍ବାଇଁ ଙ୍କୁ ସ୍ଵାଗତ କରିବାକୁ ।

ଲେଖକ ପରିଚୟ:
ଜଣେ ବ୍ୟାଙ୍କର ଭାବେ ଦୀର୍ଘ ବର୍ଷ ଧରି କାମ କରିଥିବା ମହାରଣା ଅବସର ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ କରିଥିଲେ । ଏବେ ସେ ଖବରକାଗଜ ପାଇଁ ନିୟମିତ ସ୍ତମ୍ଭ ମଧ୍ୟ ଲେଖୁଛନ୍ତି ।
୯୪୩୭୨୭୯୨୪୪

Related Posts

Leave a Reply

Your email address will not be published. Required fields are marked *