ପ୍ରତିଶ୍ରୁତି ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଆୟୋଜିତ

ଭୁବନେଶ୍ଵର : ପ୍ରତିଶ୍ରୁତି (ନୂଆ ସକାଳର ସଂକଳ୍ପ) ପତ୍ରିକା ପରିବାର ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ସ୍ଥାନୀୟ ରେଡ଼କ୍ରସ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପତ୍ରିକାର ଲୋକକଳା ବିଶେଷାଙ୍କ ଉନ୍ମୋଚନ, ଆଲୋଚନାଚକ୍ର ଆଦି ଆୟୋଜନ କରାଯାଇଥିଲା ।

‘ଲୋକକଳା ସଂସ୍କୃତି ଓ ସାହିତ୍ୟରେ କୃତ୍ରିମ ବୁଦ୍ଧିମତା’ ଶୀର୍ଷକ ଆଲୋଚନାଚକ୍ରରେ ଈପ୍ସିତା ଷଡଙ୍ଗୀଙ୍କ ସଭାପତିତ୍ଵରେ ଶଂକର୍ଷଣ ପରିଡ଼ା, ଦେବାଶିଷ ମହାପାତ୍ର, ବିଘ୍ନେଶ୍ୱର ସାହୁ, ହରେକୃଷ୍ଣ ଦାସ, ସତୀଶ ମିଶ୍ର, ପ୍ରମୋଦିନୀ ଜେନା, ଅଶ୍ଵିନୀ ତ୍ରିପାଠୀ, ଇନ୍ଦିରା ମିଶ୍ର ଓ କୁଞ୍ଜ ବିହାରୀ ସାହୁ ପ୍ରମୁଖ ଭାଗ ନେଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଓ ପରିଚାଳନା ସମ୍ପାଦକ ଓ ସହକାରୀ ସମ୍ପାଦିକା କମଳିନୀ ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁନି ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା ।

କବିତା ପାଠ ଉତ୍ସବରେ ଗୀତାଞ୍ଜାଳି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅତିଥି ରୂପେ ମାନଗୋବିନ୍ଦ ବାରିକ, ବଟକୃଷ୍ଣ ପଣ୍ଡା, ନିରୂପମା କର, ଜୟଶ୍ରୀ ପଟ୍ଟନାୟକ, ଅନୁସୂୟା ବାରିକ ଓ ଶ୍ୟାମକିଂକର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସହକାରୀ ସମ୍ପାଦକ ଶୁଭବ୍ରତ ମହାପତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *