ବିଜୟ ଚୌଧୁରୀ

ଯାହାର ଗର୍ଭରେ ରହି ତାକୁ
ଅହରହ ଜଠରକୁ ଗୋଇଠା ମାରିଲି କିନ୍ତୁ ସେ
ଆନନ୍ଦ ଅନୁଭବ କଲା,
ସେ ମୋ ମା ।

ଯିଏ ମୋତେ କଥା କହିବା ଶିଖାଇଲା,
ତା ସ୍ତନରୁ କ୍ଷୀର ଦେଇ ମଣିଷ କଲା
ସେ ମୋ ମା ।

ମୁଁ ଆମ୍ବ ଗଛରୁ ପଡ଼ି ଗୋଡ ଭାଙ୍ଗି ବିଛଣାରେ ପଡ଼ିଲି,
ସେ ନଖାଇ ନପିଇ ଅନେକଦିନ ଧରି ସେବା କଲା,
ସେ ମୋ ମା ।

ମୋତେ ଯେବେ ଜ୍ଵର ହେଲା ମୁଁ ବିଳିବିଲେଇ ହେଲି,
ମୋ ମଥାରେ ପାଣିପଟି ଦେଇ ଅଖିଆ ଅପିଆ ଜଗି ବସିଲା,
ସେ ମୋ ମା ।

ଯିଏ ତା ପେଟରୁ କାଟି ମୋତେ ଖୁଆଇ ମଣିଷ କଲା,
ସେ ମୋ ମା ।

ମୁଁ ତାକୁ ଗାଁରେ ଛାଡ଼ି ସହରକୁ ଆସି ସ୍ତ୍ରୀ ସହ ଖୁସୀରେ ରହିଲି,
ସ୍ତ୍ରୀ କଥାରେ ପଡ଼ି ତାକୁ ହତାଦର କଲି
ତଥାପି ଯିଏ ସବୁବେଳେ ମୋର ମଙ୍ଗଳ କାମନା କଲା,
ସେ ମୋ ମା ।

ଯେତେବେଳେ ସେ ଆଉ ଦେଖି ପାରିଲାନି,
ତଥାପି ମୋ ମଥାରେ ସ୍ନେହରେ ହାତ ରଖି ସ୍ନେହ କଲା
ସେ ମୋ ମା ।

ରାଧାକୃଷ୍ଣ କଲୋନୀ, ନବରଙ୍ଗପୁର

ଲେଖକ ପରିଚୟ

ଜଣେ ଅବସରପ୍ରାପ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ମାତ୍ର ସାହିତ୍ୟ ସାଧନାରେ ବ୍ରତୀ । ସମାଜ ସେବୀ ସହିତ ସେ ଜଣେ ଲେଖକ, କବି, ବ୍ୟଙ୍ଗ ସାହିତ୍ୟିକ, ପ୍ରାବନ୍ଧିକ ରୂପେ ଖୁବ ପରିଚିତ ।

Related Posts

Leave a Reply

Your email address will not be published. Required fields are marked *