ପ୍ରେମ ଆଉ ପ୍ରତାରଣା

ସ୍ନେହାଶିଷ ରାଉତ

କାହା ପାଇଁ ପ୍ରେମ ବୈଶାଖର ଖରା
ଦେହ ଯାଉଥାଏ ତାତି
କାହା ପାଇଁ ପ୍ରେମ ଶ୍ରାବଣର ଧାରା
ଭିଜୁଥାଏ ନିତି ନିତି ।

କାହା ପାଇଁ ପ୍ରେମ ମଧୁର ସପନ
ଦେଖି ପାହୁଥାଏ ରାତି
କାହା ପାଇଁ ପ୍ରେମ ସ୍ମୃତିର ଖାଦାନ
ଭାବନାରେ ଭିଜେ ଆଖି ।

କାହା ପାଇଁ ପ୍ରେମ କବିର କବିତା
ଲେଖେ ଭାବନାରେ ବସି
କାହା ପାଇଁ ପ୍ରେମ ଗୋଟେ ପ୍ରହେଳିକା
ଖୋଜି ପାଏନା ତା’ ଗତି ।

ଅଙ୍କାବଙ୍କା ଏଇ ପ୍ରେମର ରାସ୍ତାରେ
ହୁଏ ଯିଏ ବାଟବଣା
ମିଳେ ତାକୁ ଏଠି ଛଳନା ଶସ୍ତାରେ
ମିଳେ ପୁଣି ପ୍ରତାରଣା ।

ସାନମୁଣ୍ଡଳୀ, କଟକ, ଫୋନ – ୮୯୧୭୫୩୧୨୪୪

ଲେଖକ ପରିଚୟ

ସ୍କୁଲ ସମୟରେ ଓଡ଼ିଆ ପଢ଼ିଲା ଦିନୁ ସାହିତ୍ୟ ପ୍ରତି ରୁଚି ବଢିଛି । ସମୟ ଏବଂ ପରିସ୍ଥିତି ସାହିତ୍ୟ ଦିଗରୁ ଟାଣି ଆଣି ଇଞ୍ଜିନିୟରିଂ କ୍ଷେତ୍ରରେ ରହିବାକୁ ମୋତେ ବାଧ୍ୟ କଲା ସତ, ହେଲେ ସାହିତ୍ୟ ଥିବା ମୋର ପ୍ରତି ଦୁର୍ବଳତା ମୋତେ ଲେଖିବାକୁ ପ୍ରୋତ୍ସାହିତ କରେ ।

Related Posts

Leave a Reply

Your email address will not be published. Required fields are marked *