ଦୁଷ୍ମନ୍ତ କୁମାର ବେହେରା

ସେଇ ମନଲୋଭା ଚାହାଣୀ
ଆଜିବି ନିଶାଶକ୍ତ କରି ରଖିଛି
ହୃଦୟକୁ ବାରମ୍ବାର
କ୍ଷତାକ୍ତ କରୁଛି
ଜୁନ ରାତିର ସେଇ ତାତି
ସେଇ ଚାହାଣୀର ଉଷ୍ମତା
ଆଜିବି ମୋ ଶିରାପ୍ରଶିରା ଧମନିରେ
ଅନୁଭୂତ ହେଉଛି । ।

ସେଇ ଆଖିକୁ ନେଇ
ମନରେ ଅନେକ ପ୍ରଶ୍ନ
ପ୍ରତିମୁହୂର୍ତ୍ତରେ ପ୍ରତିକ୍ଷଣରେ । ।

ସେଇ ଆଖି
ବୁଢିଆଣି ଜାଲର ଆଖି ନୁହେଁ ତ
ଥରେ ପଶିଗଲେ
ଆଉ ସେଥିରୁ ମୁକୁଳିବାର ବାଟ ନାହିଁ । ।

ସେଇ ଆଖି
ମାରାତ୍ମକ
ସନ୍ଦେହି ପ୍ରେମିକାର ଆଖି ନୁହେଁ ତ
ଥରେ ଧୋକା ଦେଲେ
ଆଉ ବଞ୍ଚବାର ଆଶା ନାହିଁ । ।

ସେଇ ଆଖି
ମରୁଭୂମିରି ମରୀଚିକା ଭଳି
ଛଳନା ଆଖି ନୁହେଁ ତ
ଥରେ ପଛରେ ଧାଇଁଲେ
ଆଉ ଫରିବାର ବାଟ ନାହିଁ । ।

ହେଲେ ସିଏ ତ
ପ୍ରତାରିତ ପ୍ରେମିକା ନୁହେଁ
ନା ତାର ପ୍ରେମ ଏକ ତରଫା
ବଣମଲ୍ଲୀ ତ ଦୂରରେ ଥାଉ
ପଳାଶ କି ଡିମିରି ଫୁଲ ବି ନୁହେଁ
ସିଏ ତ ଗୋଲାପ
ରାଜଧାନୀର ଗୋଲାପ
ତା ହେଲେ
ସେଇ ଆଖିକୁ ନେଇ
ଏଭଳି ସଂଶୟ କାହିଁକି । ।

ସେଇ ଆଖି
ସେଇ ମନଲୋଭା ଚାହାଣୀ
ସତ କହିବା ପାଇଁ ଗଲେ
ସିଏ ସବୁ ଜାଣି ନିରବ
ଶୁଷ୍କ ନଇର ଧାରା ପରି
କଥା ଦେଇ
କଥା ନ ରଖୁଥିବା ପ୍ରେମିକା ପରି
କିନ୍ତୁ କାହିଁକି?

ଦୁଷ୍ମନ୍ତ ଜଣେ ଉଦୀୟମାନ କବି । ତାରୁଣ୍ୟର ଆବେଗ ତାଙ୍କ କବିତାରେ ସ୍ପଷ୍ଟ ପ୍ରକାଶ ପାଏ । କବିତା ବ୍ୟତୀତ ନାଟକ ରଚନା ଓ ନିର୍ଦ୍ଦେଶନା ଦେବାରେ ମଧ୍ୟ ସେ ପରିଚୟ ଅର୍ଜନ କରିଛନ୍ତି । ସୃଜନାତ୍ମକ ସାହିତ୍ୟ ବାହାରେ ସେ ଜଣେ ଯୁବ ସାମ୍ବାଦିକ । ବୈଦ୍ୟୁତିକ ଗଣମାଧ୍ୟମରେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରିଆସୁଛନ୍ତି ।

Related Posts

Leave a Reply

Your email address will not be published. Required fields are marked *