ବହି – ଜୁମ୍ବୋଜ ଅନ ଦି ଏଜ୍‍ – ଦ ଫ୍ୟୁଚର ଅଫ ଏଲିଫ୍ୟାଣ୍ଟ କନଜରଭେସନ ଇନ ଇଣ୍ଡିଆ
ଲେଖକ – ସଞ୍ଜୀବ କୁମାର ଚଢ଼ା
ପ୍ରକାଶକ – ନଟରାଜ ବୁକ୍‍ସ
ପୃଷ୍ଠା – ୩୦୦, ମୂଲ୍ୟ – ୪୯୯ଟଙ୍କା

ଭାରତ ବର୍ଷରେ ହାତୀ ଏକ ପ୍ରାଚୀନ ଏବଂ ଅତ୍ୟନ୍ତ ପ୍ରିୟ ପ୍ରାଣୀ । ଆମ ଗଣେଷ ଠାକୁରଙ୍କ ମୁଣ୍ଡଟି ହାତୀର । ହାତୀକୁ ପୁଣି ଆମ ଦେଶର ନେସନାଲ ହେରିଟେଜ ଆନିମଲ ବା ଜାତୀୟ ଐତିହ୍ୟବାହୀ ପଶୁର ମାନ୍ୟତା ଦିଆ ଯାଇଛି ଏବଂ ହାତୀ ସଂରକ୍ଷଣକୁ ବନ୍ୟଜନ୍ତୁ ସଂରକ୍ଷଣ ଆଇନ (ୱାଇଲଡ୍‍ ଲାଇଫ ପ୍ରୋଟେକ୍‍ସନ ଆକ୍ଟ ୧୯୭୨) ଅନୁସାରେ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଇଛି । ଏହା ସତ୍ୱେ ବର୍ଷକୁ ବର୍ଷ ହାତୀମାନଙ୍କର ସଂଖ୍ୟା କମି କମି ଚାଲିଛି । ହାତୀ ମଣିଷ ବିବାଦ ବଢ଼ି ଚାଲିଛି ।

ଭାରତୀୟ ଉପମହାଦେଶରେ ବର୍ତ୍ତମାନ ୨୬୦୦୦ ରୁ ୨୯୦୦୦ ପର୍ଯ୍ୟନ୍ତ ହାତୀ ଅଛନ୍ତି । ସମଗ୍ର ଏସିଆ ମହାଦେଶରେ ଥିବା ବନ୍ୟ ହାତୀ ସଂଖ୍ୟାର ଏହା ହେଲା ପାଖାପାଖି ଅଧା ।

ଭାରତରେ ହାତୀ ସଂଖ୍ୟା କ୍ରମଶଃ କମି ଯିବାର ଗୋଟେ ବଡ କାରଣ ହେଉଛି ଯେ ହାତୀ ରହିବା ପାଇଁ, ବଞ୍ଚି ରହିବା ପାଇଁ ପ୍ରଚୁର ଖାଦ୍ୟ ଆବଶ୍ୟକ କରେ ଏବଂ ଏ ଖାଦ୍ୟପାଇଁ ହାତୀ ପଲକୁ କ୍ରମାଗତ ଭାବେ ଜଙ୍ଗଲରେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯିବାପାଇଁ ପଡେ । କାରଣ ଗୋଟେ ହାତୀ ଦିନକୁ ପାଖାପାଖି ଅଢ଼େଇ କୁଇଣ୍ଟାଲ ଓଜନର ଡାଳପତ୍ର ଇତ୍ୟାଦି ଖାଏ । ହାତୀ ପଲ ଗୋଟିଏ ଜାଗାରେ ରହିଲେ ଏତେ ଗଛପତ୍ର ପାଇବା ମୁସକିଲ ହୋଇଯିବ । ତେଣୁ ହାତୀ ପଲକୁ ଖାଦ୍ୟ ପାଇଁ କ୍ରମାଗତ ଭାବେ ଗୋଟେ ଜଙ୍ଗଲରୁ ଅନ୍ୟଗୋଟେ ଜଙ୍ଗଲକୁ ଯିବାପାଇଁ ପଡେ । ଲୋକସଂଖ୍ୟାରେ ବୃଦ୍ଧି ଏବଂ ଇନ୍‍ଫ୍ରାଷ୍ଟ୍ରକ୍‍ଚରର ଉନ୍ନୟନ ସହିତ ଗୋଟିଏ ବଡ଼ ବନଖଣ୍ଡ ପାଇବା ବର୍ତ୍ତମାନ କଷ୍ଟକର ହୋଇଯାଉଛି । ଯାହାଫଳରେ ହାତୀ ତାର ଖାଦ୍ୟ ପାଇବାକୁ ଅସୁବିଧା ହେଉଛି ଏବଂ ଯାହାଫଳରେ ସେ ଗାଁ ଭିତରକୁ ପଶୁଛିା ଲୋକଙ୍କର ଘର ଭାଙ୍ଗି ଦେଉଛି । ମଣିଷ ହାତୀକୁ ପ୍ରତିରୋଧ କରିବାପାଇଁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁ ଛନ୍ତି । ହାତୀ ଆଉ ମଣିଷର ବିବାଦ ବଢ଼ି ବଢ଼ି ଚାଲିଛି । ଭାରତର ବହୁ ଅଞ୍ଚଳରେ ଏ ସମସ୍ୟା ଉତ୍କଟ ହୋଇ ଉଠିଲାଣି । ଶ୍ରୀ ଚଢ଼ା ତାଙ୍କ ବହିୋର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଏ ସମସ୍ୟା ବିଷୟରେ ଲେଖିଛନ୍ତି ।

ଏ ପୁସ୍ତକରେ ହାତୀ ଭାରତରେ ହାତୀ ସଂରକ୍ଷଣର ସମସ୍ୟା ଗୁଡିକ ବିଷୟରେ ଅତ୍ୟନ୍ତ ତଥ୍ୟପୁର୍ଣ୍ଣ ଭାବରେ ତାକୁ ରେଖାଙ୍କିତ କରାଯାଇଛି । ଦେଶରେ ଯେତେବେଳେ ଉନ୍ନୟନ ହେଉଛି ତା ଅର୍ଥ ଲିନିୟର ଇନଫ୍ରାଷ୍ଟ୍ରକଚର ବଢ଼ୂଛି, ରାସ୍ତା ତିଆରି ହେଉଛି ନୂଆ ରେଳ ଲାଇନ୍‍ ତିଆରି ହେଉଛି, ପାୱାର ଟ୍ରାନସମିଶନ ଲାଇନ୍‍ ତିଆରି ହେଉଛି, କେନାଲ ତିଆରି ହେଉଛି ମାଇନିଂ ପ୍ରୋଜୋକ୍ଟ , ପାୱାର ପ୍ରୋଜେକ୍ଟ ହେଉଛି, ଏ ସବୁଥିରେ ପ୍ରଥମ ଯାହା ବଳି ପଡ଼ୁଛି ତାହା ହେଲା ଜଙ୍ଗଲ । ଉନ୍ନୟନ ମାନେ ଜଙ୍ଗଲ କଟା ନିଶ୍ଚିତ । ଆଉ ଜଙ୍ଗଲ ସହିତ ହାତୀଙ୍କର ଜୀବନ ଅଙ୍ଗାଙ୍ଗୀ ଭାବରେ ଜଡିତ । ବିନା ବଡ ଜଙ୍ଗଲରେ ବା ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ନିରାପଦରେ ଯିବାର ରାସ୍ତା ବିନା ହାତୀ ବଞ୍ôଚପାରିବା ମୁସ୍କିଲ୍‍ ।

ଭାରତରେ ଯେତେ ବନ୍ୟ ହାତୀ ଅଛନ୍ତି ବର୍ତ୍ତମାନ ସେମାନଙ୍କୁ ୪ଟି ଭାଗରେ ବିଭକ୍ତ କରାଯାଇପାରେ । ଉତ୍ତରରେ ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ, ପୂର୍ବ ରାଜ୍ୟମାନଙ୍କରେ, ପୂର୍ବାଞ୍ଚଳୀୟ ରାଜ୍ୟମାନଙ୍କରେ, ଦକ୍ଷିଣାଞ୍ଚଳ ରାଜ୍ୟମାନଙ୍କରେ । ପ୍ରତ୍ୟେକ ଅଞ୍ଚଳରେ ହାତୀମାନଙ୍କ ସଂରକ୍ଷଣର ସମସ୍ୟା ଭିନ୍ନ ।

ଏ ପୁସ୍ତକର ଲେଖକ ସଂଜୀବ କୁମାର ଚଢ଼ା,ଭାରତୀୟ ଫରେଷ୍ଟ ସର୍ଭିସ୍‍ର ଜଣେ ଅଧିକାରୀ । ବର୍ତ୍ତମାନ ସେ ନେସନାଲ ଏଗ୍ରିକଲଚରାଲ କୋଅପରେଟିଭ ମାର୍କେଟିଂ ଫେଡେରେସନ ଅଫ ଇଣ୍ଡିଆ (ନାଫେଡ) ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି । ସେ ତାଙ୍କର ବାସ୍ତବ ଅଭିଜ୍ଞତାରୁ ଏବଂ ପୁସ୍ତକଗତ ଜ୍ଞାନ ଏବଂ ତଥ୍ୟଭିତ୍ତିରେ ଏ ପୁସ୍ତକଟିରେ, ଏ ସମସ୍ୟାର ସମାଧାନର କେତେକ ବାଟକୁ ରେଖାଙ୍କିତ କରିଛନ୍ତି । ଜଙ୍ଗଲ ଏବଂ ଙ୍ଗଲୋର ବିଭିନ୍ନ ପ୍ରଜାତିର ପଶୁ ପକ୍ଷୀର ସଂରକ୍ଷଣ ପାଇଁ ହାତୀର ସଂରକ୍ଷଣ କାହିଁକି ଗୁରୁତ୍ୱପୁର୍ଣ୍ଣ ସେ କଥାକୁ ସେ ପ୍ରାଞ୍ଜଳ ଭାବରେ ବୁଝାଇଛନ୍ତି ତାଙ୍କ ବହିରେ । ବର୍ତ୍ତମାନର ଯେତେବେଳେ ଜଙ୍ଗଲ ଅନେକ କମି ଆସିଛି, ଏ ଅବସ୍ଥାରେ ବି ହାତୀ ସଂରକ୍ଷଣ ପାଇଁ କଣ କଣ କରାଯାଇପାରେ ସେ ସଂପର୍କରେ ସେ ବେଶ୍‍ କିଛି ଉପାୟ ତାଙ୍କ ବହିରେ ଲେଖିଛନ୍ତି । ଜଙ୍ଗଲ ସଂରକ୍ଷଣ କ୍ଷେତ୍ରରେ ଯେଉଁମାନେ କାମ କରୁଛନ୍ତି, ଯେଉଁମାନେ ନିତି ନିର୍ଦ୍ଧାରଣ କରୁଛନ୍ତି ବନ୍ୟପ୍ରାଣୀ ସଂରକ୍ଷଣ ଜଙ୍ଗଲ ବିଭାଗରେ ଯେଉଁ ଅଧିକାରୀ ମାନେ କାମ କରୁଛନ୍ତି ସେମାନଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଉପାଦେୟ ପୁସ୍ତକ । ହାତୀ ମଣିଷର ଯେଉଁ ଲଢ଼େଇ ତାକୁ କେମିତି କମ କରିହେବ ଏବଂ ଉଭୟ ହାତୀ ଏବଂ ମଣିଷ କେମିତି ସହାବସ୍ଥାନ କରିପାରିବେ ଯାହାକି କରିବା ଉଚିତ ସେ ସଂପର୍କରେ ଏ ବହିରେ ଅତ୍ୟନ୍ତ ଉପାଦେୟ ଉପାୟମାନ କୁହାଯାଇଛି । ହାତୀ ମଣିଷ ସମସ୍ୟା ବିଷୟରେ ଜାଣିବାପାଇଁ ଚାହୁଁଥିବା ସ୍କଲାର ମାନେ, ବ୍ୟକ୍ତିମାନେ ଏ ପୁସ୍ତକଟିକୁ ନିଶ୍ଚୟ ପଢ଼ିବା ଦରକାର ।

ବହି ଜଗତର ତାଜା ଖବର
ଜନ ସମ୍ପର୍କ ଉପରେ ଇଂରାଜୀ ଭାଷାରେ ଗୋଟେ ଭଲ ବହି ପ୍ରକାଶିତ ହେବାକୁ ଯାଉଛି: ଦି ନିଉ ଏଜ୍‍ ପବ୍‍ଲିକ୍‍ ରିଲେସନ୍‍ସ ଇନ୍‍ ଦି ଇଣ୍ଡିଆନ କନ୍‍ଟେକ୍‍ସଟ୍‍ । ଲେଖକ ଗଣମାଧ୍ୟମ ଓ ଜନସମ୍ପର୍କ କ୍ଷେତ୍ରରେ ପ୍ରଗାଢ଼ ଅଭିଜ୍ଞତା ସମ୍ପନ୍ନ ଲେଖକ ସୁବିର ଘୋଷ । ଏ ବହିଟିରେ ଭାରତୀୟ ପରପ୍ରେକ୍ଷୀରେ ଜନ ସମ୍ପର୍କର ବର୍ତ୍ତମାନ ସ୍ଥିତି, ଧାରା ଓ ଭୂମିକା ବିଷୟରେ ଆଲୋଚନା କରାଯାଇଛି । ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାରେ ସାମ୍ପ୍ରତିକ ଅଗ୍ରଗତିର ପ୍ରେକ୍ଷାପଟରେ ଜନ ସମ୍ପର୍କକୁ କିଭଳି ଆହୁରି ପାରଙ୍ଗମ ଏବଂ ପାରଦର୍ଶୀ ଭାବେ ବ୍ୟବହାର କରାଯାଇପାରିବ, ସେ ସମ୍ପର୍କରେ ଏଥିରେ ସୂଚନା ଦିଆଯାଇଛି । ବହିଟିକୁ ପ୍ରକାଶ କରୁଛନ୍ତି କୋଲକାତାର ସାହିତ୍ୟ ସଂସଦ ପ୍ରକାଶନ ସଂସ୍ଥା ।

+++

Related Posts

Leave a Reply

Your email address will not be published. Required fields are marked *