ଦିବାକର ନାୟକ

ମରିବାକୁ ଯେତେ କରିବୁ ମସୁଧା
ପାରିବୁନି କେବେ ମରି
ଜିଇବାକୁ ଚାହିଁ ପାରିବୁନି ଜିଇ
ଆୟୁଷ ଗଲେ ତ ସରି…
ବନ୍ଧୁ ରେ !
ଜୀବନଟା ଏଇପରି (୦)

ଗୀତା ଭାଗବତ ରାମାୟଣ ବେଦ
ପଢୁଥା ଉପନିଷଦ
ସରିଲେ ଇନ୍ଧନ ତୁଟିବ ବନ୍ଧନ
ଲଭିବୁ ପରମପଦ

ଥିଲେ ତୁ ଅଲୋଡ଼ା ହଜିଲେ ଖୋଜିବେ
ତାପରେ ଯିବେ ପାଶୋରି…
ବନ୍ଧୁ ରେ !
ଜୀବନଟା ଏଇପରି (୧)

ପ୍ରବଚନ ସିନା ଦେଉଥିଲୁ ଦିନେ
ଖନି ମାଡିଯିବ ଶେଷେ
ଜୁଇର ଶେଯରେ ଚିରନିଦ୍ରା ଗଲେ
ମାଟିରେ ଏ ଦେହ ମିଶେ

ଶୁଦ୍ଧ ପୂତ ଥିଲେ ଆତ୍ମା-ପକ୍ଷୀ ତୋର
ବଇକୁଣ୍ଠ ଯିବୁ ଫେରି..
ବନ୍ଧୁରେ !
ଜୀବନଟା ଏଇପରି (୨)

ପାଟପୁର, କନିସି-୭୬୧ ୦୦୮
ଗୋଳନ୍ଥ୍ରା, ଗଞ୍ଜାମ
ମୋ-୯୯୩୮୬ ୧୯୯୮୧

Related Posts

Leave a Reply

Your email address will not be published. Required fields are marked *