ପଦ୍ମଲୋଚନ ପ୍ରଧାନ

କାହିଁ ଏତେ ସ୍ୱପ୍ନ ଦେଖାଅ
ଜାଣ ଯଦି ରାତି ପାହିଯିବ
ଉଠିବାକୁ ହେବ, ଯିବାକୁ ହେବ
ସୂର୍ଯ୍ୟଙ୍କ ତେଜ କ୍ଷଣି ସ୍ୱପ୍ନ ସବୁ ତରଳିଯିବ
ଏତେ କଥା ଜାଣ ଯଦି
ସ୍ୱପ୍ନ ଦେଖାଇ କାହିଁ ଛଟପଟ କରାଅ?

ତୁମେ କ’ଣ ମଣିଷକୁ ପେଣ୍ଡୁ ଭାବ?
ମଣିଷ ଯେମିତି ଖେଳେ
ତାକୁ ନେଇ ତୁମେ ବି ଖେଳ
ଫିଙ୍ଗ, ଫୋପାଡ଼, ଉଡ଼ାଅ
କେବେ ପୁଣି ରଖ ନିୟନ୍ତ୍ରଣରେ
ବିଚରା ପେଣ୍ଡୁ!
କେବେ ଏପଟେ ତ କେବେ ସେପଟେ

ସ୍ୱପ୍ନ ନ ଦେଇ ବାସ୍ତବ ଦଉନ
ଦେଖେଇ ଦଉନ
ରାସ୍ତା, ଗତିପଥ, ଭବିତବ୍ୟ
ମୂଳରୁ କହିଦଉନ
ତୁମ ରଚିତ, ନିର୍ଦ୍ଦେଶିତ ନାଟକରେ
ମୁଁ ହିରୋ ନା ଚାକର
କ’ଣ ମୋର ଭୂମିକା, ସଂଳାପ
କେଉଁ ଅଙ୍କ ଶେଷ ଦୃଶ୍ୟ
ଅବା କେବେ ହେବ ବିଦାୟ ରଜନୀ?

ପଦ୍ମଲୋଚନ କିଛି ବର୍ଷ ସାମ୍ବାଦିକତା କରିବା ପରେ ଏବେ ଆଇଆଇଏମସିରେ ଗଣମାଧ୍ୟମ ଶିକ୍ଷକ ଭାବେ କାର୍ଯ୍ୟରତ । ଓଡ଼ିଆ ସାହିତ୍ୟ ଏବଂ ସାହିତ୍ୟ ଗବେଷଣାରେ ତାଙ୍କର ରୁଚି ରହିଛି ।


Related Posts

Leave a Reply

Your email address will not be published. Required fields are marked *