ସୌମ୍ୟ ରଞ୍ଜନ ପାଳ

ଗହନ ସଙ୍କେତ
ଗ୍ରହଣ କରିଣ
ଗିରି ଲଙ୍ଘିଯାଏ ଶିଷ୍ୟ ,
ଗଙ୍ଗା ସମକକ୍ଷ
ଗରିଷ୍ଠ ଆଦେଶ
ଗଠନ କରେ ମନୁଷ୍ୟ ।
ଗୂଢ଼ପଦ ରୂପି
ଗୂଢ ରହସ୍ୟ’ଯେ
ଗଚ୍ଛିତ ରହେ ମଥାରେ ,
ଗନ୍ଧବହ ସାଥେ
ଗମନ କରଇ
ଗରିମା ଦେଶେ ବିସ୍ତାରେ ।
ଗଣାଧିକ ନିଜେ
ଗଗନ ସେପାରୁ
ଗାନେ ଦିଅନ୍ତି ଆଶିଷ ,
ଗୁରୁ ପ୍ରଦାନନ୍ତି
ଗମ୍ଭୀର ବିଚାର
ଗର୍ହିତ ବନେ ବିଶେଷ ।

ଲେଖକ ପରିଚୟ :
କଳା ତଥା କଳାକାର ସୃଷ୍ଟି କରୁଥିବା ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ବଡ଼ଶୋଳ ଗ୍ରାମର ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ପାଳ ଏବଂ ଶ୍ରୀମତୀ ସବିତା ରାଣୀ ପାଳଙ୍କ ଏକମାତ୍ର ସନ୍ତାନ ହେଉଛନ୍ତି ଶ୍ରୀମାନ ସୌମ୍ୟ ରଞ୍ଜନ ପାଳ । ଶ୍ରୀମାନ ସୌମ୍ୟ ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ପରିବେଶ ବିଜ୍ଞାନରେ ସ୍ନାତକୋତ୍ତର ପରେ ବାରିପଦାସ୍ଥିତ ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି ଭବିଷ୍ୟତ ପନ୍ଥା ଅନ୍ବେଷଣରତ । ଶବ୍ଦ ପ୍ରତି ଥିବା ଦୁର୍ବଳତା ତଥା ନିଜ ଅସହାୟପଣ ଏବଂ ଅନ୍ୟମନସ୍କତାକୁ ଶବ୍ଦର ପରିଚୟ ଦେବାର ପ୍ରୟାସରେ ହିଁ ତାଙ୍କର କବିତା ଲେଖା ଆରମ୍ଭ ହୁଏ । ବାଲେଶ୍ଵର ଜିଲ୍ଲା ତଥା ରେମୁଣା ମାଟି ସାଥେ ନିଜ ଗୁରୁ, ଗୁରୁଜନ, ପରିବାରବର୍ଗ, ସମସ୍ତ ବନ୍ଧୁ ତଥା ଅନୁଜଙ୍କ ନିକଟେ ସେ ଆଜୀବନ ଋଣୀ ଏଇ ସାହିତ୍ୟିକଟିକୁ ବଞ୍ଚେଇ ରଖିଥିବାରୁ । ଈଶ୍ବରଙ୍କ ପ୍ରତି ଥିବା କୃତଜ୍ଞତାବୋଧ ସହ ସୌମ୍ୟ ଏଇ ଯାତ୍ରାରେ ଆଗେଇଚାଲିବେ ବୋଲି ତାଙ୍କର ଆଶା ।
ସମ୍ପୂର୍ଣ୍ଣ ଠିକଣା :
ଗ୍ରା:/ପୋ:- ବଡ଼ଶୋଳ
ଭାୟା – ଝାରପୋଖରିଆ
ଜିଲ୍ଲା – ମୟୂରଭଞ୍ଜ
ପିନ୍ – ୭୫୭୦୮୬
ରାଜ୍ୟ – ଓଡ଼ିଶା

Related Posts

Leave a Reply

Your email address will not be published. Required fields are marked *