ଭୁବନେଶ୍ଵର : ବାମପନ୍ଥୀ ନେତା ଜନାର୍ଦ୍ଦନ ପତିଙ୍କ ଦ୍ଵାରା ଲିଖିତ ଏବଂ ପ୍ରଗତି ପ୍ରକାଶନୀ ଦ୍ଵାରା ପ୍ରକାଶିତ ‘ସ୍ଵାମୀ ବିବେକାନନ୍ଦ ଇ ହିନ୍ଦୁତ୍ଵ’ ପୁସ୍ତକ ଆଜି ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଉନ୍ମୋଚିତ ହୋଇଛି । ବରିଷ୍ଠ ରାଜନେତା ଓ ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଲେଖକ ଅଶ୍ଵିନୀ ମିଶ୍ର, ସାମ୍ବାଦିକ ଭାସ୍କର ପରିଚ୍ଛା, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ସିପିଆଇ (ଏମ୍) ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀଙ୍କ ଉପସ୍ଥିତିରେ ପୁସ୍ତକ ଉନ୍ମୋଚନ କରାଯାଇଥିଲା ।
ସୂଚନା ଅନୁସାରେ ଅତିଥିମାନେ ସ୍ଵାମୀ ବିବେକାନନ୍ଦଙ୍କ ଜୀବନ ଦର୍ଶନ ଏବଂ ବର୍ତ୍ତମାନର ରାଜନୀତି ବିଷୟରେ ବକ୍ତବ୍ୟ ଦେଇଥିଲେ । ସେମାନେ କହିଥିଲେ ଯେ ଭାରତୀୟ ଜନତା ପାର୍ଟି ଓ ସଂଘ ପରିବାରର ସଦସ୍ୟମାନେ ହିନ୍ଦୁ ଧର୍ମକୁ କଦର୍ଥ କରି ଶାନ୍ତି, ସହନଶୀଳତା ଓ ଧର୍ମନିରପେକ୍ଷତାକୁ ନଷ୍ଟ କରୁଛନ୍ତି ଏବଂ ଦେଶରେ ହିଂସାର ପରିବେଶ ସୃଷ୍ଟି କରୁଛନ୍ତି । ଏହି ସମୟରେ ଜନାର୍ଦ୍ଦନ ପତିଙ୍କ ଏହି ପୁସ୍ତକ ନିଶ୍ଚିନ୍ତ ଭାବରେ ସମାଜରେ ସାମାଜିକ ବିପ୍ଲବ ଓ ପରିବର୍ତ୍ତନ ଆଣିବ । ଲେଖକ ଶ୍ରୀ ପତି ହିନ୍ଦୁତ୍ଵର ବିପଦ ଓ ପରିବର୍ତ୍ତନ ଆଣିବ । ଲେଖକ ଶ୍ରୀ ପତି ହିନ୍ଦୁତ୍ଵର ବିପଦ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ପ୍ରାରମ୍ଭରେ ପ୍ରଗତି ପ୍ରକାଶନୀ ପକ୍ଷରୁ ଉତ୍ସବର ସଂଯୋଜକ ପ୍ରଦୀପ୍ତ ନାୟକ ସ୍ଵାଗତ ଭାଷଣ ଦେଇଥିଲେ ।
