ଯୁବ ସ୍ତମ୍ଭକାର ଅରୁଣ କୁମାର ତ୍ରିପାଠୀଙ୍କ ପୁସ୍ତକ ‘ସ୍ମୃତି ଓ ବିସ୍ମୃତି’ ଲୋକାର୍ପିତ

ଜୟପୁର : ଜୟପୁରର ବିଶିଷ୍ଟ ଶିକ୍ଷାବିତ୍ ତଥା ଯୁବ ସ୍ତମ୍ଭକାର ଅରୁଣ କୁମାର ତ୍ରିପାଠୀଙ୍କ ପୁସ୍ତକ “ସ୍ମୃତି ଓ ବିସ୍ମୃତି – ଘଟଣାକ୍ରମ ୨୦୨୨” ଲୋକାର୍ପିତ ହେଇଯାଇଛି । ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ତାରଘରଣୀଙ୍କ ଦେଉଳରେ ଲେଖକ ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପଣ୍ତିତ ସଦାଶିବ ତ୍ରିପାଠୀଙ୍କ ପ୍ରପୌତ୍ର ତଥା ଯୁବ ଉଦ୍ୟୋଗୀ ରଣେନ୍ଦ୍ର ପ୍ରତାପ ତ୍ରିପାଠୀଙ୍କ କରକମଳରେ ଗତକାଲି ପୁସ୍ତକଟି ଉନ୍ମୋଚିତ ହେଇଯାଇଛି ।

ଏହି ପୁସ୍ତକରେ ବର୍ଷ ୨୦୨୨ ରେ ଘଟିଯାଇଥିବା ଘଟଣା ସମୂହମାନଙ୍କର ବିବରଣୀ ଲିପିବଦ୍ଧ ହେବା ସହ ଧର୍ମୀୟ, ପର୍ଯ୍ୟଟନ କ୍ଷେତ୍ରମାନଙ୍କ ବିବରଣୀ ପ୍ରଦାନ କରାଯାଇଛି । ଏହି ପୁସ୍ତକ ବିଶେଷ ଭାବେ ପ୍ରତିଯୋଗିତା ମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ଚଳେଇଥିବା ଅନୁସନ୍ଧିତ୍ସୁ ମାନଙ୍କ ପାଇଁ ଖୁବ ଉପାଦେୟ ସାବ୍ୟସ୍ତ ହେବ । ଏହାସହିତ ସମାଜର ସମସ୍ତ ବର୍ଗର ଲୋକେ ପୁସ୍ତକଟି ପ୍ରତି ରୁଚି ରଖିବେ ବୋଲି ଜୋର ଦେଇ ଅରୁଣ କୁମାର କହିଛନ୍ତି । ‘ପଶ୍ଚିମା ପ୍ରକାଶନୀ’ ଦ୍ୱାରା ପ୍ରକାଶିତ ଏହି ପୁସ୍ତକ ପ୍ରଥମ ଦିନରେ ୫୭ଟି ଆଭାଷୀ ବୁକିଂ ହେଇଥିବା ପ୍ରକାଶକ ନିଜେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଘଟଣା ବହୁଳ ୨୦୨୨ ରେ ଭାରତର ରାଷ୍ଟ୍ରପତି ତଥା ଉପରାଷ୍ଟ୍ରପତି ନିର୍ବାଚନ, ମହାରାଷ୍ଟ୍ରରେ ସିନ୍ଧେ ସରକାର, ଓଡ଼ିଶାରେ ଧର୍ମ ଏବଂ ଦୂଆରେ ବସିବା ରାଜନୀତି, ଆତ୍ମହତ୍ୟା ପ୍ରବଣତାରୁ ମୁକ୍ତି ତଥା ବିଭିନ୍ନ ସୂଚକାଙ୍କରେ ଉଭୟ ରାଜ୍ୟ ତଥା କେନ୍ଦ୍ରର ସ୍ଥିତି ଏବଂ ଭବିଷ୍ୟତର ଲକ୍ଷ୍ୟଗୁଡ଼ିକୁ ଲେଖକ ମନୋଜ୍ଞ ବିଷ୍ଲେଷଣ କରିଛନ୍ତି । ପୁସ୍ତକ ଉନ୍ମୋଚନ ପରେ ପରେ ଯୁବଲେଖକ ତ୍ରିପାଠୀଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Related Posts

Leave a Reply

Your email address will not be published. Required fields are marked *