ଶର୍ମିଷ୍ଠା ପାଣିଗ୍ରାହୀ

ଜୀବନରେ ଅପେକ୍ଷା ତାକୁ ପଚାର
ଯିଏ ଏକତରଫା ପ୍ରେମ କରୁଛି
ଯାହାର ଦିନ ପରେ ଦିନ ବିତି ଯାଉଛି
ଆଶା ରୂପକ ଦୀପଟିଏ କ୍ଷୀଣ ଆଲୋକ ଦେଉଛି
ପାଇବାର ଆଶାରେ ବହୁତ କିଛି ହଜିଯାଉଛି
ତଥାପି ସେ ଚାହିଁ ରହିଛି

ଆରେ ଏବେ ତାକୁ ପଚାର
ଏଥର ବରଷା ହେବକି ନାହିଁ
ଫସଲ ଦିଓଟି ଭଲ ବିକିହେବ କି ନାହିଁ
ତା ଝିଅକୁ ବାହା ଦେଇପାରିବକି ନାହିଁ
ପୁଅକୁ ସ୍କୁଲ ଫି ଦେଇହେବକି ନାହିଁ

ଅପେକ୍ଷା ପରେ ଅପେକ୍ଷା
କିଛି ମିଳେ କି ନାହିଁ
ହଁ, ମିଳେ ତ କିଛି ଶିକ୍ଷା
ନହେଲେ ଏହାର ଅନ୍ତ କାହିଁ।

ଶର୍ମିଷ୍ଠା ଢେଙ୍କାନାଳଠାରେ ଥିବା ଭାରତୀୟ ଜନ ସଞ୍ଚାର ସଂସ୍ଥାନରେ ସାମ୍ବାଦିକତା ଓ ଗଣ ଯୋଗାଯୋଗର ଛାତ୍ରୀ

Related Posts

Leave a Reply

Your email address will not be published. Required fields are marked *