କବି ସୂର୍ଯ୍ୟ ମିଶ୍ରଙ୍କୁ ଆଦିତ୍ୟ ଭାରତ କବିତା ସମ୍ମାନ

କଟକ : ‘ଆଦିତ୍ୟ ଭାରତ’ ପକ୍ଷରୁ ବିଶ୍ଵ କବିତା ଦିବସ ଅବସରରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘କବିକକ୍ଷ’ ଶତାବ୍ଦୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ଅମରେଶ ପଟ୍ଟନାୟକ ଏହାର ଉଦ୍ଘାଟନ କରିଥିବା ବେଳେ ସ୍ଵନାମଧନ୍ୟ କବି ସୌଭାଗ୍ୟ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଦିତ୍ୟ ଭାରତର ନିର୍ଦ୍ଦେଶକ ଦେବାଶିଷ ସାମନ୍ତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବ ଅବସରରେ ସାମଗ୍ରିକ କୃତି ପାଇଁ କବି ସୂର୍ଯ୍ୟ ମିଶ୍ରଙ୍କୁ ‘ଆଦିତ୍ୟ ଭାରତ କବିତା ସମ୍ମାନ-୨୦୨୩’ ପ୍ରଦାନ କରାଯାଇଥିଲା ।

ଉତ୍ସବ ଅବସରରେ ଆଦିତ୍ୟ ଭାରତ ଦ୍ଵାରା ପ୍ରକାଶିତ ଷୋହଳଟି କବିତା ପୁସ୍ତକର ଲୋକାର୍ପଣ କରାଯାଇଥିଲା । ଏହି ଅବସରରେ ସୌଭାଗ୍ୟ କୁମାର ମିଶ୍ରଙ୍କ ପୁସ୍ତକ ‘ବଜ୍ରଯାନ’, ଅମରେଶ ପଟ୍ଟନାୟକଙ୍କ ପୁସ୍ତକ ‘ରିଲେଭାନ୍ସ’, ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କ ନିର୍ବାଚିତ କବିତା ପୁସ୍ତକ ସମେତ ଅନ୍ୟାନ୍ୟ ସମସ୍ତ ପୁସ୍ତକ ସମ୍ପର୍କରେ ଦୀପକ ସାମନ୍ତରାୟ, ରବି ସ୍ଵାଇଁ, ନରେନ୍ଦ୍ର କୁମାର ମିଶ୍ର, ସୂର୍ଯ୍ୟ ମିଶ୍ର, ମୋହିତ ଚକ୍ରବର୍ତ୍ତୀ, ହିମାଂଶୁ ପରିଡ଼ା, ରମେଶ ମଲ୍ଲିକ, ସୁବ୍ରତ ଦାସ, ପ୍ରସନ୍ନ କୁମାର ସ୍ଵାଇଁ, ଜ୍ଞାନୀ ଦେବାଶିଷ ମିଶ୍ର, ଗୋଲାପରାଣୀ ସାହୁ ଓ ବୈଜୟନ୍ତୀ ମିଶ୍ର ସମୀକ୍ଷା କରିଥିଲେ । ଶବ୍ଦ ଓ ସଙ୍ଗୀତତ ଯୁଗଳବନ୍ଦୀରେ ସଙ୍ଗୀତ ପରିବେଷଣ କରିଥିଲେ ଓମ ପ୍ରକାଶ ମହାନ୍ତି, ଶରତ ନାୟକ, ସୁସ୍ମିତା ଦାସ, ବିଭୁତି ଗଡ଼ନାୟକ ଓ ଦୀପ୍ତି ଦାଶ । ଶରତ କୁମାର ଆଚାର୍ଯ୍ୟ ଓ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ସବ୍ୟସାଚୀ ବିଷୋୟୀ ଓ ବିଶ୍ବଜିତ ଦାସ ମଞ୍ଚ ପରିଚାଳନା କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *