ବର୍ଷାରେ ଭିଜୁଥିବା ଝିଅ

କ୍ଷଣପ୍ରଭା ମହାନ୍ତି

ସ୍ମୁତି ଅନୁଭୂତି ସବୁ ସେ ସାଉଁଟି, କେବେ ବସେ ମନ ମାରି
କୋମଳ ତନୁରେ ବର୍ଷାର ଛିଟା
ଶୀହରଣ ଦିଏ ଭରି ।

ମନ ଅଳିନ୍ଦତା ଆନ୍ଦୋଳିତ ହୁଏ, କେତେ ଯେ ଅବୁଝା ପ୍ରଶ୍ନ
କେବେ କେବେ ସେ ନିଜକୁ ପଚାରେ
କେବେ ଦେଖୁଥାଏ ସ୍ଵପ୍ନ ।

ଗଛକୁ ପଚାରେ ତୋ ଦେହରେ ଯେବେ, ଲାଗେରେ ବରଷା ଛିଟା
କେଉଁ ଅନୁଭବେ ହଜିଯାଉ ତୁ ଯେ
କହ ସେ ଗୋପନ କଥା ।

କହ ଥରେ ମୋତେ ଫୁଲେଇ ଝରଣା
କିଆଁ ଛଳଛଳ ପଣ, ବର୍ଷାର ଟୋପା ପଡ଼ିଲେ ତୋ ଦେହେ
ହୁଏ କେବେ ଶିହରଣ !

ବର୍ଷାକୁ ଯେବେ ଛୁଏଁ ତୋ ଯୋଛନା
କିଆଁ କରୁ ଅଭିମାନ, ହେଲେ ମୁଁ ଭିଜେ ସାରା ବରଷାରେ
ତନୁ ମନେ ଶିହରଣ ।

ବର୍ଷା ତ ଗୋଟେ ଅନନ୍ୟ ନାୟିକା
ସମୋହନ ମନ୍ତ୍ର ଜାଣେ, କେବେ ନାଚୁଥାଏ ନିଝୁମ୍ ରାତିରେ
କେବେ ଝିଙ୍କାରି ଗୀତରେ ।

ନିଳାଦ୍ରୀ ନଗର, ଖଣ୍ଡଗିରି, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ବେଳରୁ ଗାଆଁ ପରିବେଶ ମୋତେ ବିମୋହିତ କରୁଥିଲା କବିତା ଲେଖିବାକୁ । କୁଶଭଦ୍ରାର କୁଳୁକୁଳୁ ଶବ୍ଦ ମୋ ସୃଜନୀକୁ ସମୃଦ୍ଧ କରୁଥିଲା । ଗୋଟେ ଦିଗନ୍ତ ବିସ୍ତାରି ଭାବନା ସବୁ ମୋ କବିତାକୁ ପ୍ରାଣବନ୍ତ କରି ଚାଲିଥିଲା ।

Related Posts

Leave a Reply

Your email address will not be published. Required fields are marked *