ଭୁବନେଶ୍ଵର : ସାହିତ୍ୟିକା, ଲେଖିକା ଜୟଶ୍ରୀ ଦାସଙ୍କ ୧୬ତମ କବିତା ସଂକଳନ ‘ହେ ବୁଦ୍ଧ ! ତୁମକୁ ପ୍ରଣାମ’ ପୁସ୍ତକ ଲୋକାର୍ପିତ ହୋଇଯାଇଛି । ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟନ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଗୋଦାବରୀଶ ସାହିତ୍ୟ ସଂସଦଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସାହିତ୍ୟିକା ସରୋଜିନୀ ମିଶ୍ର ସଂଯୋଜନା କରିଥିଲେ । ଅତିଥି ଭାବେ ବିଶିଷ୍ଟ ଐତିହାସିକ, ଗବେଷକ ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପ୍ରଦ୍ୟୁମ୍ନ ଶତପଥୀ, ପୁସ୍ତକ ରଚୟିତା ଜୟଶ୍ରୀ ଦାସ, ସାମ୍ବାଦିକା ରୀନା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ତଥାଗତ ବୁଦ୍ଧଙ୍କ ଦର୍ଶନ, ଚିନ୍ତନ ମାର୍ଗଦର୍ଶନକୁ ଆଜିର ଯୁବପିଢି ଆଗେଇ ନେବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହେବା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଟ୍ରଷ୍ଟ ସମ୍ପାଦକ ଅରବିନ୍ଦ ତ୍ରିପାଠୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଟ୍ରଷ୍ଟ ଉପଦେଷ୍ଟା ତଥା ସାମ୍ବାଦିକ ମଦନ ମୋହନ ପାଢୀ ଏବଂ ସମାଜସେବୀ ନାରାୟଣ ଖୁଣ୍ଟିଆ, ସାମ୍ବାଦିକ ରମେଶ କୁମାର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
