ଭୁବନେଶ୍ଵର : ବିଶ୍ଵ ଓଡ଼ିଆ ପରିବାର, ବ୍ୟୟଣ୍ଡ ହେରିଟେଜ ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀର ମିଳିତ ଆନୁକୁଲ୍ୟରେ ପବିତ୍ର ନେତ୍ରୋତ୍ସବ ଓ ଉତ୍କଳମଣି ଗୋପବନ୍ଧୁଙ୍କ ତିରୋଧାନ ଅବସରରେ ସଂସ୍କୃତି ଦୂତ ସମ୍ମାନ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ଵର ସ୍ଥିତ ରାଜ୍ୟ ସଂଗ୍ରହାଳୟ ଠାରେ ଅନୁଷ୍ଠିତ ‘ସଂସ୍କୃତିଦୂତ ସମ୍ମାନ ସମାରୋହରେ ସଭାପତିତ୍ଵ କରି ‘ବିଶ୍ଵ ଓଡ଼ିଆ ପରିବାର’ର ଅଧ୍ୟକ୍ଷ ସଜ୍ଜନ ଶର୍ମା କହିଛନ୍ତି ଯେ, ମହାପୁରୁଷଙ୍କର ଜନ୍ମୋତ୍ସବ ଓ ଶ୍ରାଦ୍ଧୋତ୍ସବ କେବଳ କାର୍ଯ୍ୟକ୍ରମରେ ସୀମିତ ହୋଇ ନରହୁ । ଯେଉଁ ମହାପୁରୁଷଙ୍କ ଉଦ୍ଦେଶ୍ୟରେ ଆମେ କାର୍ଯ୍ୟକ୍ରମ କରୁଛୁ ତାହା, ଆଳଙ୍କାରିକ ପରିବର୍ତ୍ତେ ସେମାନଙ୍କର ବିହିତ କର୍ମକୁ ମାନବ ଧର୍ମ ହିସାବରେ ସାକାର କରିବା ବାଞ୍ଛନୀୟ । ଆଜିର କାର୍ଯ୍ୟକ୍ରମରେ ଯେଉଁ ବିଶିଷ୍ଟ ସଂସ୍କୃତି ଉପାସକ ଓ ପ୍ରବାସୀ ସାଧକ ଶକ୍ତି ପ୍ରସାଦ ବଡ଼ଜେନାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସ୍ଥିର କରାଯାଇଛି ।
ଉକ୍ତ ସମାରୋହରେ ମୁଖ୍ୟଅତିଥି ଭାବରେ ଓଡ଼ିଆ ସାହିତ୍ୟ ଏକାଡ଼େମୀର ଡଃ ଚନ୍ଦ୍ରଶେଖର ହୋତା, ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଯୁବଉଦ୍ୟମୀ ନୀହାର ରଞ୍ଜନ ପଣ୍ଡା, ମୁଖ୍ୟବକ୍ତା ଭାବେ ଓଡ଼ିଆ ବିଶ୍ଵ ବିଦ୍ୟାଳୟର କୁଳପତି ଡଃ ଭାରତୀ ପାଲ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଡଃ ହୋତା ପବିତ୍ର ନେତ୍ରୋତ୍ସବରେ ସେ ଶ୍ରୀଜଗନ୍ନାଥଙ୍କ ମହାନତା ବିଷଦ ବାଖ୍ୟା କରିଥିଲେ । ବିଶିଷ୍ଟ ସାହିତ୍ୟିକ ମନୋରଞ୍ଜନ ଷଡଙ୍ଗୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଶିକ୍ଷାବିତ ଡଃ ପ୍ରୀତିପ୍ରତିଭା ଭୋଳ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ । ବିୟଣ୍ଡ ହେରିଟେଜର ନିର୍ଦ୍ଦେଶକ ଶ୍ଵେତକ ଅଭିଷେକ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଡଃ ହାଡ଼ିବନ୍ଧୁ ପାଣିଗ୍ରାହୀ, ମନୋରଞ୍ଜନ ପାଣିଗ୍ରାହୀ, ସମ୍ମାନିତ ପ୍ରତିଭା ଶକ୍ତି ପ୍ରସାଦ ବଡ଼ଜେନାଙ୍କ ପିତା ଧରଣୀଧର ବଡ଼ଜେନା, ପ୍ରାଧ୍ୟାପକ ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ବିଶିଷ୍ଟ କଣ୍ଠଶିଳ୍ପୀ ସୁସ୍ମିତା ଦାଶ, ଡାକ୍ତର ପ୍ରତାପ ପାଣି, ଭବାନୀ ପ୍ରସାଦ ମିଶ୍ର, ସୁଜିତ କୁମାର ଦାସ, ସୁବ୍ରତ କିଶୋର ନାୟକ , ରୋଷନ ବିଷୋୟୀ, ସୁଭଜ ମହାନ୍ତି, ସଂଗ୍ରାମ ସ୍ଵାଇଁ, ଲକ୍ଷ୍ମଣ ପାଳ ଅକ୍ଷୟ ବଳିଆର ସିଂହ, ଅଞ୍ଜନ ଦେବତା, କନକଲତା ଭଞ୍ଜ, ଗୀତାରାଣୀ ବେହେରା, ସୁପ୍ରିୟା ଶତପଥୀ, ସ୍ଵାଗତିକା ଧଳ, ପି ଗୌରୀ, ଅନନ୍ୟା ଦାଶ ଉପସ୍ଥିତ ଥିଲେ ।
