ଭୁବନେଶ୍ଵର : ସ୍ଵାଭିମାନ ସହଯୋଗରେ କେତକୀ ଫାଉଣ୍ଡେସନ ଟ୍ରଷ୍ଟ ଦ୍ଵାରା ଭାରତୀୟ ବିଦ୍ୟା ଭବନରେ ବିଶ୍ଵ କବିତା ଦିବସ ଏବଂ ବିଶ୍ଵ ବିଶ୍ଵ କବିତା ଓ ବିଶ୍ଵ ଡାଉନ୍ ସିଣ୍ଡ୍ରୋମ୍ ଦିବସ ଅବସରରେ ସାହିତ୍ୟିକ ଅଭିବ୍ୟକ୍ତି ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଦୈତ ସଭାରେ ଜ୍ୟୋତିରଞ୍ଜନ ସ୍ଵାଇଁ ସ୍ଵାଗତ ଭାଷଣ ଦେଇଥିଲେ । କବି ପବିତ୍ର ମୋହନ କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ସମାଜରେ ସମାନତା, ଗ୍ରହଣଯୋଗ୍ୟତା ଓ ସହାନୁଭୂତି ଆବଶ୍ୟକତା ଉପରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା ।
ଏହାସହିତ ସମାଜସେବୀ ତଥା ସ୍ୱାଭିମାନର ପ୍ରତିଷ୍ଠାତା ଡଃ ସୃତି ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜରେ ସମାନ ସୁଯୋଗ ଓ ସଚେତନତାର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ । ପରେ ମନୁଆ ଦାସ, ଭାରତ ମାଝୀ, ବିୟତପ୍ରଜ୍ଞା ତ୍ରିପାଠୀ, ଭାରଦ୍ଵାଜ ମିଶ୍ର, ସତ୍ୟ ରଞ୍ଜନ ପ୍ରହରାଜ, ରଶ୍ମିତା ବେହେରା ଏବଂ ପବିତ୍ର ମୋହନ କରଙ୍କ ଭଳି କବିମାନେ କବିତା ପାଠ କରିଥିଲେ । ପରେ ଅତିଥି କବିମାନଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା । ପରିଶେଷରେ କପିଳାଶ ଭୂୟାଁ ଧନ୍ୟବାଦ ଜ୍ଞାପନ କରିଥିଲେ ।
