ଭୁବନେଶ୍ଵର : ବିଦ୍ୟା ପବ୍ଲିଶିଂ ନିବେଦିତ ଓଡ଼ିଶାର ୧୩୮ଜଣ ପ୍ରତିଷ୍ଠିତ କବିମାନଙ୍କର ବୋଉ ଉଦ୍ଦେଶ୍ୟରେ ଲେଖା ଯାଇଥିବା କବିତାରେ ସମୃଦ୍ଧ ‘ବୋଉଲୋ’ କବିତା ସଂକଳନ ଅଣଆନୁଷ୍ଠାନିକ ଭାବେ ଦିବଂଗତ ବୋଉ ପ୍ରମିଳା ସ୍ଵାଇଁଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କ ସୁପୁତ୍ର ପ୍ରବାସୀ ଡାକ୍ତର ସହଦେବ ସ୍ଵାଇଁଙ୍କ ଆନୁକୁଲ୍ୟରେ ଅବସରପ୍ରାପ୍ତ ପ୍ରଫେସର ଶଶୀଭୂଷଣ ବିଶ୍ଵାଳ ଓ ସଂକଳୟିତା ଡକ୍ଟର ବାସନ୍ତୀ ମହାନ୍ତିଙ୍କ ଦ୍ଵାରା ପୁଷ୍ପକ ହୋଟେଲରେ ଉନ୍ମୋଚିତ ହୋଇ ଯାଇଛି ।

ସୂଚନା ଥାଉ ଯେ ଆସନ୍ତା ୧୬ ତାରିଖରେ ପୁସ୍ତକ ମେଳାସ୍ଥିତ ବାଜି ରାଉତ ମଞ୍ଚରେ ଆନୁଷ୍ଠାନିକ ଭାବେ ଏହା ପୁନଃ ଉନ୍ମୋଚିତ ହେବ । ଯେଉଁ ସ୍ରଷ୍ଟାମାନଙ୍କର ସୃଷ୍ଟିରେ ଏପରି ଏକ ପୁସ୍ତକ ସମ୍ଭବ ହୋଇପାରିଛି ସେମାନଙ୍କୁ ନିମନ୍ତ୍ରଣ ଏହି ଉତ୍ସବରେ ଉପସ୍ଥିତ ରହି ସେମାନଙ୍କ ସୌଜନ୍ୟ କପି (ଵିନା ଦେୟରେ) ଗ୍ରହଣ କରିବା ହେବେ ।
