ମୁଁ, ତମେ ଆଉ ଏ ଦୁନିଆ

ଜୟଶ୍ରୀ ପ୍ରିୟଦର୍ଶିନୀ ମହାପାତ୍ର

ଦୁନିଆରେ ଆଉ କଣ ଅଛି
ସ୍ନେହ ଟିକକ ମୋ ପାଉଣା
କଣ ରଖିଥିଲି, କଣ ନେଇଯିବି
ନାହିଁ ମୋତେ ଏବେ ଅଜଣା

ବିଚିତ୍ର ଏଇ ଦୁନିଆରେ ସମସ୍ତେ ମୋର ନିଜର
କେହି ନୁହେଁ ପର, ସଭିଙ୍କୁ କରିବି ଆପଣାର
ହୃଦୟରେ ସ୍ମୃତିଟିଏ ହୋଇ ବଞ୍ଚିବା ଏତେ କମ ନୁହେଁ
ତଥାପି …

ରହିଗଲା କିଛି ଅବଶୋଷ
କିଛି ଅଧାଗଢା ସ୍ଵପ୍ନ
ବଞ୍ଚିବାକୁ ହେବ ଏବେ ସେମିତି
ସାଥୀ ସହୋଦର ବିନା
ଜୀବନ ଏବେ ଶୂନ୍ୟମୟ

ଦିନ ଚାଲିଯାଏ, ଚିହ୍ନ ହଜିଯାଏ
ଏ ମନ କାହାକୁ ଭଲପାଇ ଯାଏ
ପୁଣି କାହାକୁ ଭୁଲିଯାଏ
ତଥାପି ପ୍ରେମ ମରେନି
ସେମିତି ସତେଜ ଥାଏ
ନୀଳ କଇଁ ପରି, ପଦ୍ମ ପତ୍ର ପରି
ଆଉ ଗୋଲାପ କଢିଟିଏ ପରି

କଥା ଦିଅ ମୋତେ ମନେରଖିବ
ଯାହା ବି ହେଇଯାଉ ସବୁବେଳେ ହସିବ
କାହିଁକି ନା, ହସିବାଟା ତୁମ କାମ ଆଉ
ତୁମର ହସ ହସ ମୁହଁ ଦେଖିବା ମୋ କାମ ।

ବଜ୍ରକବାଟି ରୋଡ଼, କଟକ

ଲେଖକ ପରିଚୟ

ପିଲାଦିନୁ ଲେଖାଲେଖିରେ ରୁଚି ଥିଲା । କ୍ଲାସରେ ଓଡ଼ିଆ ଇଂରାଜୀରେ ସୁନ୍ଦର ମାର୍କ ରହୁଥିଲା । ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲାବେଳେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସ୍କୁଲର ୱାଲ୍ ମାଗାଜିନରେ ମୋର ପ୍ରଥମ ଗପ ପ୍ରକାଶିତ ହୋଇଥିଲା । ସେ ଗପ କେମିତି ଲେଖିଲି ମୋ ମୁଣ୍ଡକୁ କେମିତି ସେ ଚିନ୍ତାଧାରା ଆସିଲା ଜାଣିନି । କିନ୍ତୁ ସେଦିନରୁ ଲେଖି ଚାଲିଛି ଯେ ଚାଲିଛି ।

Related Posts

Leave a Reply

Your email address will not be published. Required fields are marked *