ଭୁବନେଶ୍ଵର : ତ୍ରୈମାସିକ ସାହିତ୍ୟ ପତ୍ରିକା ‘ବୈଶିଷ୍ଟ୍ୟ’ ତରଫରୁ ‘ସାହିତ୍ୟ ପାରିବାରିକ ଖଟି’ ଅନୁଷ୍ଠିତ ହୋଇଯାଇଛି । ଚନ୍ଦ୍ରଶେଖରପୁର ସ୍ଥିତ ଷ୍ଟୁଡ଼ିଓ-୪୪ ରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ଅଜୟ ସ୍ଵାଇଁ, ସୁଷମା ମିଶ୍ର, ଲକ୍ଷ୍ମୀ ଚାନ୍ଦ, ଅମରେଶ ବିଶ୍ଵାଳ, ଶକ୍ତି ମହାନ୍ତି, ପରଂବ୍ରହ୍ମ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ‘ବୈଶିଷ୍ଟ୍ୟ’ର ଅକ୍ଟୋବର-ଡିସେମ୍ବର ସଂଖ୍ୟା ଉନ୍ମୋଚନ କରିଥିଲେ ।
ଏହି ପ୍ରରିପ୍ରେକ୍ଷୀରେ ଗାଳ୍ପିକା ତପସ୍ଵିନୀ ଦାଶ ଷଡ଼ଙ୍ଗୀଙ୍କର ଗଳ୍ପ ସଂକଳନ ‘ସାକ୍ଷାତ ଈଶ୍ଵର’ ଓ ବୈଶିଷ୍ଟ୍ୟର ମୁଖ୍ୟ ସମ୍ପାଦିକା ଔପନ୍ୟାସିକା ଶ୍ଵେତପଦ୍ମା ପାଢୀ ତ୍ରିପାଠୀଙ୍କର ‘ଦୈତ ଉପନ୍ୟାସ ଅନ୍ତିମ ଦୃଶ୍ୟ’ ଲୋକାର୍ପିତ ହୋଇଥିଲା । ହିରଣ୍ମୟୀ ମିଶ୍ର, ସୁମିତ ପଣ୍ଡା, ସମରେନ୍ଦ୍ର ବେହେରାଙ୍କୁ ସାହିତ୍ୟ ସାଧନା ପାଇଁ ‘ବୈଶିଷ୍ଟ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ବୈଶିଷ୍ଟ୍ୟ ପରିବାରର କବି ଓ ଗାଳ୍ପିକମାନେ ସ୍ଵରଚିତ କବିତ ଓ ଅଣୁଗଳ୍ପ ପାଠ କରିଥିଲେ । ମିତା ପଟ୍ଟନାୟକ, ଅଂଶୁମାନ ସାହୁ, ପ୍ରିୟଙ୍କା ପ୍ରିୟଦର୍ଶନୀ ରାୟ ଓ ବିନେଶ ସାମଲ ଆସରର ସଂଯୋଜନା କରିଥିଲେ । ଉପଦେଷ୍ଟା ଅଭିରାମ ମଣ୍ଡଳ, ଯୁଗ୍ମ ସମ୍ପାଦକ ଦେବାଶିଷ ଆଚାର୍ଯ୍ୟ ଓ ମୁଖପାତ୍ର ସୁମିତ ପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ ।