ଡ. ସତ୍ୟ ଦାଶ
ବରଷାରେ ଭିଜି ବାହାରିଲି ଖୋଜି
ମୋ ରାଜଧାନୀ ପ୍ରିୟାକୁ
ପାଛୋଟି ନେଇକି ତା ଶାଢ଼ୀ କାନିରେ
ପୋଛିଦେଲା ମୋର ହିଆକୁ,
ଖାଇବାକୁ ଦେଲା କାଜୁ କିସମିସ
ବସିଲା ଦୂରେଇ ଦୂରେ
ଡାକିଲେ ଆସିଲା ଯାକିଯୁକି ହୋଇ
ହାତକୁ ଚୁମିଲା ଥରେ,
କହିଲା ତା ଦେହେ ହାତ ଲଗେଇଲେ
ପିଟିଦେବ ଚଟକଣି
ଭାବୁଛ କି ତୁମେ ପ୍ରେମିକା ନୁହେଁ ସେ
ଡାହାଣୀ କି ଚିରିଗୁଣୀ,
ନାହିଁନାହିଁ ବନ୍ଧୁ ସେ କାବ୍ୟ ନାୟିକା
ପ୍ରେମ ତାର ଦେହାତୀତ
ରାତି ଅଧରରେ ସେ ସ୍ଵପ୍ନରେ ଆସେ
ଶୁଣାଏ ପ୍ରଣୟ ଗୀତ,
ସିଏ ମୋ ସୁନ୍ଦରୀ ସିଏ ମୋ ରୁପସୀ
କାମିନୀ କାଞ୍ଚନ ସିଏ
ପ୍ରଚ୍ଛନ୍ନେ ରହି ସେ ପ୍ରୋତ୍ସାହନ ଦିଏ
ତା’ ପାଦେ ମୁଣ୍ଡିଆଟିଏ ।
ସିଡ଼ିଏ ୧୩, କଟକ, ମୋବାଇଲ : ୮୨୪୯୨୭୬୧୭୬, ଇ-ମେଲ୍ : satyadash1962@gmail.com
ଲେଖକ ପରିଚୟ
ପେଶାରେ ପ୍ରାଣୀ ଚିକିତ୍ସକ । ପରିସ୍ଥିତିରେ ପଡ଼ି ମାଲକାନଗିରି ଅବସ୍ଥାନ ସମୟରେ ୨୦୧୭ ରୁ ଲେଖାଲେଖି ଆରମ୍ଭ କରିଥିଲି । ସଂସ୍କାରଧର୍ମୀ ଗଳ୍ପ ଓ କବିତା ଲେଖିବାରେ ଆଗ୍ରହ ।
ହାଃ ହାଃ ହାଃ ! ଖୁବ ହସେଇଲା ଏ କବିତା । ରାଜଧାନୀ ପ୍ରିୟା ତେବେ ଏମିତି ? କବିଙ୍କୁ ପ୍ରଣାମ