ତ୍ରିଭାଷୀ ସାହିତ୍ୟ ପତ୍ରିକା ‘ଦ ଲିଟରାରୀ ଲଣ୍ଟର୍ନ’ ଉନ୍ମୋଚିତ

ଭୁବନେଶ୍ଵର : ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡକ୍ଟର ପ୍ରତିଭା ରାୟଙ୍କ ଦ୍ଵାରା ଗତକାଲି ସନ୍ଧ୍ୟାରେ ଉନ୍ମୋଚିତ ହୋଇଛି ତ୍ରିଭାଷୀ ସାହିତ୍ୟ ପତ୍ରିକା ‘ଦ ଲିଟରାରୀ ଲଣ୍ଟର୍ନ’ର ପ୍ରଥମ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ଡକ୍ଟର ରାୟ ଏହି ପତ୍ରିକା ଉନ୍ମୋଚନ କରି ଏହି ଅଭିନବ ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାର ଇଂରାଜୀ ଓ ହିନ୍ଦୀ ଭାଷାରେ ସାହିତ୍ୟ ସୃଷ୍ଟି କରୁଥିବା, ସାରସ୍ଵତ ସାଧକଙ୍କ ପାଇଁ ଏହି ପତ୍ରିକା ସୁଯୋଗ ସୃଷ୍ଟି କରିବ ବୋଲି ମତ ଦେଇଥିଲେ ।

ଉନ୍ମୋଚନ ଉତ୍ସବରେ ସମ୍ମାନିତ ଅତିଥି ଭାବେ କିଟ ବିଶ୍ଵ ବିଦ୍ୟାଳୟ ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରକ୍ଷକ ନାୟକ, କବି ଉମାକାନ୍ତ ରାଉତ, ଗାଳ୍ପିକ ଅରବିନ୍ଦ ରାୟ ଓ ଡାକ୍ତର ମାର୍କେଣ୍ଡେୟ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଏହି ପତ୍ରିକା, ନୂତନ ସାରସ୍ଵତ ପ୍ରତିଭାମାନଙ୍କୁ ପ୍ରେରିତ କରିବ ବୋଲି ଆଶା କରିଥିଲେ । ସମ୍ପାଦକ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ପତ୍ରିକାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ସୁଶ୍ରୀ ବରଦାଲକ୍ଷ୍ମୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *