ସରୋଜ କୁମାର ପଣ୍ଡା
ଶୁଣ…!!!
ଥରେ ଏ ଆଖିକୁ ଚାହଁ ନା !
ତୁମ ପ୍ରତିଛବି ଦେଖାଯିବ ।
ଜାଣିଛ,
ତୁମେ ବହୁଛ ନିଶ୍ୱାସରେ ।
ସ୍ପନ୍ଦନର ଶବ୍ଦ ଟିକିଏ ଶୁଣ ତ…!
ଜାଣିପାରିଲ ଏବେ ?
ତୁମେ ବହୁଛ ମୋ ରକ୍ତରେ,
ଅଛ ମୋ ଆତ୍ମାରେ ।
ବୁଝୁନ କିଆଁ
ଥରେ ଏ ଛାତିରେ ହାତ ରଖି ଦେଖ
ହୃଦୟର ବେଦନା
ଜାଣିପାରିବ ଏ ମନର ଶୂନ୍ୟତା ।
ଜାଣିଛ ଏସବୁକାହିଁକି ???
ସବୁ ଆରମ୍ଭ ସେଇ ଫିଲ୍ମର ସିନେରୀ ପରି
ଅଲଗା ଥିଲା ସେଦିନ
ଯେବେ ଆଖି ଦେଖିଲା ତୁମ ଓଠର ହସ
ତାପରେ ଆଉ କଣ ?
ହଜିଲା ମୋ ନିଦ ।
ଭୋକିଲା ମଣିଷ
ବୁଡ଼ି ରହିଲା ତୁମ ଠାରେ
ଦେଖିବାର ଉତ୍ସୁକତା
ପାଇବାର ସ୍ୱପ୍ନ
ବୁଡ଼ି ରହିଲା ଭାବନାରେ ମନ
ଅପେକ୍ଷା ଏବେ ତୁମକୁ ।
ଆଖିର ଇଶାରାରେ କହି ଦିଅନା !
ହଁ ଭରି ଦିଅନା !
ସ୍ୱପ୍ନକୁ ସତ କରିଦିଅନା !
ସହିହେଉନି
ଦୂରେ ଆଉ ରହି ହେଉନି ।
ହାତ ବଢ଼େଇ ରଖିଛି,
ଥରେ ହାତ ବଢାଅ ନା !
ସମୟର ଭରଷା କି ଅଛି ?
ଆଜି ଅଛି କାଲି ନଥିବି …
ଜୀଇଁଥିବା ଭିତରେ
ଥରେ ତୁମ ମନକୁ ଛୁଇଁଯିବି …
ଏତିକି ସ୍ୱପ୍ନ
ଆସି କହିଯିବ କାନେ
ତୁମେ ଅଛ ମୋ ମନେ ।
ଗଞ୍ଜାମ
ଲେଖକ ପରିଚୟ
ସ୍କୁଲ ପଢିଲାବେଳଠୁ ଲେଖି ଆସୁଛି । ନିଜର ମନର ଭାବନାକୁ ଶବ୍ଦର ରୂପ ଦେଲେ ନିଜକୁ ଖୁବ ହାଲକା ଲାଗେ ବୋଲି ଲେଖେ । ମୋତେ ସରଳ ଭାଷାରେ କବିତା ଲେଖିବାକୁ ଭଲ ଲାଗେ । ଯେମିତି କି ସାହିତ୍ୟ ଜାଣି ନଥିବା ଲୋକ ବି ତୁମ ଭାବନାକୁ ସହଜରେ ବୁଝିପାରିବ । ସହିତ୍ୟ ବିଷୟରେ ବହୁତ କିଛି ଶିଖିବା ଜାଣିବାର ଆଗ୍ରହ ରହିଛି, ତେଣୁ ଲେଖିବା ଅପେକ୍ଷା ପଢିବାକୁ ବେଶୀ ଭଲପାଏ ।