ଓମ୍ ମିଶ୍ର

ରକ୍ତ, ମାଂସ, ହାଡ଼, ହୃଦୟ ନାହିଁ ତାହାର
ହେଲେ ଦୃଶ୍ୟ ଦେଖେ ସେ ହୃଦୟ ବିଦାରକ
ସଂଜ୍ଞାରେ ଦେଖିନି ଯାହାକୁ ଆଜି ଏ ମଣିଷ
ସେ ଦୃଶ୍ୟ ର ପ୍ରତ୍ୟେକ୍ଷ ସାକ୍ଷୀ ଆଜି ମୂକ।

କେବେ ସେ ମନୁଷ୍ୟର ଅଙ୍ଗ ପାଇଁ ଧିକାରେ ନିଜକୁ
ମନକୁ ବାଁରେଇବା ପାଇଁ କହେ ଦୁନିଆ ଛାଡ଼ି ଚାଲି ଯିବାକୁ
ହେଲେ ନିରୁପାୟ,ଅକ୍ଷମ ସିଏ
ଆଉ ତାର ଉଦାସ ପଣ କୁ ଚାହେଁ ପାସୋରିବାକୁ ।

ନିଜ ମନ ପାଠଗାରା ରେ ଢାଳି ଦିଏ ସେ ଘିଅ
ବିକଟାଳ ହସ ସହିତ ଫୋପାଡି ଦିଅ ଜ୍ୱଳନ୍ତ ଦିଆସିଲି କାଠି
ହେଲେ ଧୀରେ ଧୀରେ ହୋଇଯାଏ ତାର କଣ୍ଠ ଋଦ୍ଧ
ଦେଖି ନିଆଁ ରେ ନ ଜଳି ଦୃଶ୍ୟ ସବୁ ତାଜା ଅଛି ସେଠି।

ନିର୍ମମ ହତ୍ୟା କି ହେଉ ଅତ୍ୟାଚାର
ହେଉ ଅବା ପ୍ରେମ ପ୍ରତାରଣା
ବ୍ରୁଲତା ଦୁଇକୁ ଜାବୁଡ଼ି ଧରିକି
ପଲକ ଗର୍ଭ ରୁ ବୁହାଏ ଲୁହର ଝରଣା।

ଆଖି ସେ ଅନ୍ୟାୟର ପ୍ରତ୍ୟେକ୍ଷ ସାକ୍ଷୀ
ମୂକ ଆଜି ସାକ୍ଷୀ ସବୁ ଶୁଣି ଦେଖି
ଚେଷ୍ଟା କରେ କୋହର କାରଣ ଦୁନିଆ ଆଗରେ ପ୍ରକାଶିବା ପାଇଁ
ହେଲେ ନିରୁପାୟ ସେ
ତେଣୁ ହୃଦୟ ଭିତରେ ତାର କୋହକୁ ରଖିଛି ଚାପି।

ଠିକଣା- ସିକୋ, ରାଜକନିକା, କେନ୍ଦ୍ରାପଡ଼ା
ଯୋଗାଯୋଗ – 8658639208

Related Posts

Leave a Reply

Your email address will not be published. Required fields are marked *