ନଳୀନିକାନ୍ତ ଦାଶ

ଆସ ! ହଜିଯିବା ନିବିଡ଼ତାର
ପ୍ରୀତି ପ୍ରଣୟରେ
ଚାଲ ସଖୀ, ଲୀନ ହୋଇଯିବା
ଯୌବନର ଉତ୍ତାଳ ଲହଡ଼ିରେ … ।

ଏବେ ତ
ଯୌବନ ଜୁଆର
ଚରମ ସୀମାରେ ….. !!
ଏଥର ଲୀନ କରିଦିଅ ତୁମ
ନିଥିର ଆବେଗକୁ ମୋ
ଆୟୁଷ୍ମାନ ଯୌବନରେ ।

ଏଥର, ସମୟ ତ୍ୟାଗର
ଜାଳିଦିଅ ବାଧା-ବନ୍ଧନ
ସମାଜର ନୀତି-ନିୟମ
ପ୍ରେମର ବହ୍ନିରେ …. ।

ଲାଜର ଓଢଣା କାଢି, ସାଜି ଯାଅ
ଶୃଙ୍ଗାରିତ କୋଣାର୍କ,
ନିଜେ ବୁଡ଼ିବା ସହ ମୋତେ ବି
ବୁଡ଼େଇ ଦିଅ ପ୍ରେମର ସାଗରରେ ।
ଆସ ! ଆସ ! ସମର୍ପି ଦିଅ
ନିଜକୁ, ମୋ ପ୍ରୀତି ପ୍ରଣୟରେ ।

କେସିଙ୍ଗା, କଳାହାଣ୍ଡି, ଦୂରଭାଷ- ୯୯୩୭୦୬୭୧୯୯, ଇ-ମେଲ :- writernkd@gmail.com

ଲେଖକ ପରିଚୟ

ଶିକ୍ଷାଗତ ଯୋଗ୍ୟତା- ଏମ୍ . ଏ(ଇଂରାଜୀ ଓ ସମାଜଶାସ୍ତ୍ର) ଏଲ.ଏଲ. ବି. । କଲେଜ ପଢିବା ସମୟରୁ ହିଁ ଗଳ୍ପ, କବିତା ଲେଖିବାକୁ ଭଲପାଆନ୍ତି । ଏତଦ୍ ବ୍ୟତିତ ଅଭିନୟରେ ରୁଚି ରହିଛି । ୟୁଟ୍ୟୁବରେ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ କରନ୍ତି ।

Related Posts

Leave a Reply

Your email address will not be published. Required fields are marked *